ବଜ୍ରାଘାତରେ ରାଜ୍ୟରେ ୧୦ ମୃତ, ଅନେକ ଆହତ

ଡେସ୍କ: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୪ ଜଣ, ଗଞ୍ଜାମରେ ୨ଜଣ, ଯାଜପୁରରେ ୨ ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହୋଇଯାଇଛି। କୋରାପୁଟ ଲକ୍ଷ୍ମୀପୁର ପର୍ଡିଗୁଡ଼ା ଗାଁରେ ବିଲରେ କାମ କରୁଥିବା ବେଳେ ଜେଜେ ମା’, ନାତୁଣୀ ଓ ଅନ୍ୟଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରି ବରପୁର ଗ୍ରାମରେ ଆମ୍ବ ଗୋଟାଇବା ପାଇଁ ଜଣେ ଯୁବତୀ ତୋଟାକୁ ଯାଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଯାଜପୁରରେ ବଜ୍ରାଘାତରେ ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଭୟ ମୃତକ ଜେନାପୁର ଥାନା ଅନ୍ତର୍ଗତ ବୁରୁସାହିର ବୋଲି ଜଣାପଡିଛି।
ପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗ୍ରାମରେ ଜଣେ ନାବାଳକ ଓ ଗଜପତି ଜିଲ୍ଲା ମୋହନା ଆର୍. ଉଦୟଗିରି କାନକଟାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି।
Comments are closed.