www.samajalive.in
Monday, December 15, 2025
26.1 C
Bhubaneswar

ପାକିସ୍ତାନର ମୁଖା ଖୋଲିବେ ସରକାର, ବିଭିନ୍ନ ଦେଶକୁ ଯିବେ ବହୁ ଦଳୀୟ ପ୍ରତିନିଧି

ଡେସ୍କ: କେନ୍ଦ୍ର ସରକାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ବିଭିନ୍ନ ଦେଶକୁ ବହୁ ଦଳୀୟ ପ୍ରତିନିଧି ପଠାଇବାକୁ ଯୋଜନା କରୁଛନ୍ତି। ପ୍ରତ୍ୟେକ ପ୍ରତିନିଧି ଦଳରେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ରହିବେ ବୋଲି ଆଶା କରାଯାଉଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି କୂଟନୈତିକ ପଦକ୍ଷେପ ଉପରେ ତାଙ୍କ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ କଥା ହୋଇଛନ୍ତି। ଏହି ପଦକ୍ଷେପ ପାକିସ୍ତାନରୁ ସୃଷ୍ଟି ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଆହୁରି ସ୍ପଷ୍ଟ କରିବ ଏବଂ ଏହା ଆସନ୍ତା ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories