ଝଡ଼ ବର୍ଷ ସମ୍ଭାବନା
ନୂଆଦିଲ୍ଲୀ: ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଏ ସମ୍ପର୍କରେ ସତର୍କ ସୂଚନା ଜାରି କରିଛି। ୨୧ ଓ ୨୨ ତାରିଖରେ ପଶ୍ଚିମ ବଙ୍ଗ ଓ ସିକ୍କିମ ସର୍ବାଧିକ ପ୍ରଭାବିତ ହେବ। ଏଥିସହିତ ଓଡ଼ିଶା ଉପକୂଳ ସମେତ କେରଳ, ମେଘାଳୟ, ଆସାମ ଓ ବିହାରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ଓ ବର୍ଷା ହେବ। ଏହି ସମୟରେ ଉଚ୍ଚ ଜୁଆର ଉଠିବା ସହିତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଉପକୂଳ ରାଜ୍ୟମାନଙ୍କର ଧୀବରମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଭିଦର୍ଭର କେତେକ ସ୍ଥାନରେ ଗରମ ପବନ ଓ ଧୂଳି ଝଡ଼ର ଆଶଙ୍କା କରାଯାଇଛି। ଆସନ୍ତା ୨୪ ତାରିଖରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଗରମ ପବନ ବହିବ ବୋଲି ଅନୁମାନ କରାଯାଉଛି।