ଫାଶୀ ଲଗାଇ ନାବାଳିକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣପୁର ଫାଣ୍ଡି ଅଧିନ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତର ମୋହନଗିରି ଗ୍ରାମରେ ଘ ଏକ ଅଭାବନୀୟ ଘଟଣା ଘଟିଯାଇଛି। ।ଏ ଗାଁର ଉଗ୍ରସେନ ବାଗଙ୍କ ନାବାଳିକା ତାରିଖ ଶନିବାର ଦିନ ନିଜ ଘରୁ ଦିନ ଦ୍ବିପ୍ରହର ସମୟରେ ବାହାରି କୁଆଡେ ଚାଲିଯାଇଥିଲା । ପରିବାର ଲୋକେ ଆଖପାଖ ଗାଁ ସମେତ ନିଜର ପ୍ରତ୍ୟେକ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ। ମଙ୍ଗଳବାର ଗାଁର କିଛି ଲୋକ ନିକଟ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାର ମୃତଦେହ ଦେଖିବାକୁ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିସାରିଲା ପରେ ଥୁଆମୂଳ ରାମପୁର ଥାନାରେ ଏନେଇ ଏକ ଅଭିଯୋଗ ଦେଇଥିଲେ।

ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଏବଂ ଗୁଣପୁର ଫାଣ୍ଡି ଅଧିକାରୀ ଅଜୟ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ନାବାଳିକା ଜଣଙ୍କ ନିଜ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ବୁଧବାର ଘଟଣା ସ୍ଥଳରେ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚି ତଦନ୍ତ କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।ପୁ ଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନାବାଳିକା ଜଣଙ୍କ ଗୋପାଳପୁର ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଭାବେ ପାଠ ପଢୁଥିବା ବେଳେ ଦେହ ଅସୁସ୍ଥତା କାରଣରୁ ବିଦ୍ୟାଳୟରୁ ନିଜ ଘରକୁ ଆସିଥିଲେ।ହେଲେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଗୁଣପୁର ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ତଦନ୍ତ ଭାର ନେଇଥିବା ବେଳେ ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

Comments are closed.