ରାବଡି ଓ ତାଙ୍କ ଝିଅର ସମ୍ପତ୍ତି ଜବତ
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ତାଙ୍କ ଝିଅ ହେମା ଯାଦବଙ୍କର ତିନିଟି ଘରବାଡି ପ୍ଲଟକୁ ଆୟକର ବିଭାଗ ଜବତ କରିଛି। ଗୁରୁବାର ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଜବତ ତିନିଟି ପ୍ଲଟ ସଗୁନା ଅଞ୍ଚଳରେ ରହିଛି। ରାବଡିଙ୍କ ସ୍ବାମୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୨୦୧୪ରେ ଏହି ପ୍ଲଟଗୁଡିକୁ ସେମାନଙ୍କୁ ଦାନ କରିଥିଲେ। ତେବେ ଏହି ପ୍ଲଟଗୁଡିକ କେଉଁ ସୂତ୍ରରୁ ମିଳିଥିଲା ତାହା ଦର୍ଶାଇବାରେ ରାବଡି ଓ ହେମା ଦର୍ଶାଇବାରେ ଅକ୍ଷମ ହୋଇଥିଲେ।