BSKY banner  750×100

ଅନେକ ରୋଗ ଦୂର କରେ ଏହି ଫଳ

nua o banner

ନୂଆଦିଲ୍ଲୀ : ଖରାଦିନ ଆରମ୍ଭ ହୋଇସାରିଛି । ଏବେ ବଜାରରେ ଅନେକ ପ୍ରକାର ଫଳ ଦେଖିବାକୁ ମିଳୁଛି । ଖରାଦିନେ ମାସେ ଦୁଇମାସେ ପାଇଁ ଉପଲବ୍ଧ ହେଉଥିବା ଫଳର ଏବେ ପସରା ମେଲିଛି ।  ଏହି ଫଳଗୁଡିକ ମଧ୍ୟରେ ଅନେକ ଔଷଧୀୟ ଫଳ ମଧ୍ୟ ରହିଛି । ଏଗୁଡିକ ମଧ୍ୟରୁ ଗୋଟିଏ ହେଉଛି ତୁତକୋଳି(ମଲ୍ ବେରୀ) । ଏହାକୁ ଖାଲି ବେରୀ ମଧ୍ୟ କୁହାଯାଏ । ଏଥିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆସନ୍ତୁ ଏହା ବିଷୟରେ ଜାଣିବା…

ଏହି କୋଳିରେ ଅନେକ ପ୍ରକାର ପୋଷକ ତତ୍ତ୍ବ ମିଳିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିରେ ସାୟନାଇଡିଂ, ଗ୍ଲୁକୋସାଇଡ୍ ମଧ୍ୟ ରହିଥାଏ ଯାହା ରକ୍ତକୁ ପରିଷ୍କାର କରିଥାଏ । ଏହା ବ୍ୟତୀତ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ । ଏହି ଫଳ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।

ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..

ବେରୀର ଏକ ଖାସ୍ ଗୁଣ ହେଉଛି ଏହା ଶରୀରରେ ଇନସୁଲିନ୍ ପ୍ରସ୍ତୁତି ପ୍ରକ୍ରିୟାକୁ ତୀବ୍ର କରିଥାଏ ଯେଉଁଥିପାଇଁ ମଧୁମେହ ସମସ୍ୟାରେ ଥିବା ଲୋକମାନଙ୍କୁ ବହୁତ ସହାୟତା ମିଳିଥାଏ । ଏହା ବ୍ୟତୀତ ପାଚନ କ୍ରିୟା ଠିକ୍ ରଖିବା, ଦୃଷ୍ଟି ଶକ୍ତି ବଢାଇବା, ଚର୍ମର ଚମକ ବୃଦ୍ଧି କରିବା, କେଶ ମଜଭୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Comments are closed.