www.samajalive.in
Monday, December 15, 2025
16.1 C
Bhubaneswar

୩୫ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ଼ :  ଦାଦନଗଡ଼ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଧାନ କଟା ପରେ ଦାଦନ ଚାଲାଣ ଜୋର ଧରିଛି । କ୍ଷୁଦ୍ର ଚାଷୀ ଧାନ ଅମଳ ପରେ ଦଲାଲକୁ ବିକ୍ରି ସହ ହାତରେ କାମ ନଥିବା ବେଳେ ସୁଯୋଗ ଉଣ୍ଡୁଥିବା ଶ୍ରମିକ ଦଲାଲଙ୍କ ଶିକାର ହେଉଛନ୍ତି । ସେହିପରି ମନରେଗା ହାସ୍ୟରେ ପଡି ଗାଁ ଶ୍ରମିକଙ୍କ ହାତରେ ମଧ୍ୟ କୌଣସି କାମ ଧନ୍ଦା ନାହିଁ । ଏଭଳିସ୍ଥିତିରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁର୍ଡିପଡା ଗ୍ରାମ ନିକଟରୁ ଦଲାଲ ଦ୍ୱାରା ଚାଲାଣ ହେବାକୁ ରଖାଯାଇଥିବା ଶ୍ରମିକଙ୍କୁ ବୁଧବାର ରାତ୍ରିରେ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ଆଲୋଚନାର ବିଷୟ ହୋଇଛି । ପୁଲିସ ୫ ଶିଶୁ, ୩ ନାବାଳିକା, ୧୦ ମହିଳାଙ୍କ ସମେତ ମୋଟ ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଶ୍ରମିକ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ବ୍ଲକର ଗୁଡଭେଲା ଏବଂ ଜାମୁଟ ଗ୍ରାମର ବୋଲି ଜଣାପଡିଛି । ଉଦ୍ଧାର ପରେ ସେମାନଙ୍କୁ ଟିଟିଲାଗଡ଼ ଥାନାରେ ରଖାଯାଇଥିବା ବେଳେ ଶ୍ରମ ଅଧିକାରୀଙ୍କୁ ସୂଚିତ ସହ ସେମାନଙ୍କୁ ଘରକୁ ପଠାଯିବ ବୋଲି ଥାନା ଆଇଆଇସି ବିଶ୍ୱଜିତ ମନବୋଧ କହିଛନ୍ତି । ଉଦ୍ଧାର ଶ୍ରମିକଙ୍କ କହିବା ଅନୁସାରେ ଦଲାଲ ସେମାନଙ୍କୁ ଜଣ ପ୍ରତି ୪୦ ହଜାର ଟଙ୍କା ବଇନା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଅନ୍ୟପକ୍ଷରେ ଦାଦନ ସର୍ଦ୍ଦାର ଫେରାର ହେବାକୁ ସକ୍ଷମ ହୋଇଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories