ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ହସର ଖୋରାକ ଯୋଗାଏ, ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ଓଟ ବାଇକରେ ବସି ଯାଉଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ବାଇକ୍ ଚଳାଉଛନ୍ତି । ପଛରେ ଜଣେ ବ୍ୟକ୍ତି ଓଟକୁ ଧରି ବାଇକରେ ବସିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଦେଖି ଚକିତ ହେଉଛନ୍ତି ।
मैंने कॉमेडी में सुना था,,, 🐫
कि ऊंट को इंडिगो में बैठना बहुत मुश्किल है परंतु इस बंदे ने तो गाड़ी पर बिठा दिया..!
हे प्रभु क्या-क्या देखना पड़ रहा है पर मैं तो अंधा हूं अच्छा हुआ…😂
#Camel #VanvaasTrailerOutNow pic.twitter.com/o3GEDcmL0y— रमेश मीना (@MeenaRamesh91) December 2, 2024
ସାମାଜିକ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି । ପ୍ରାୟ ୧୬ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ଲାଇକ୍ କରୁଛନ୍ତି । ତେବେ କିଛି ଲୋକ ପ୍ରତିକ୍ରିୟା ରଖି ଓଟକୁ ଏଭଳି ହଇରାଣ ନକରିବା ପାଇଁ ପରାମର୍ଶ ଦେଉଛନ୍ତି ।



