www.samajalive.in
Monday, December 8, 2025
27.1 C
Bhubaneswar

ସ୍କୁଲରେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା, ୧୨ ବର୍ଷୀୟ ବାଳକ ଅଟକ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ଅନ୍ୟ ଜଣେ ଛାତ୍ର ପୀଡ଼ିତ ଛାତ୍ରକୁ ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୧୨ ବର୍ଷୀୟ ଛାତ୍ରକୁ ଅଟକ ରଖି ତଦନ୍ତ ଚଳାଇଛି। ଘଟଣା ପ୍ରତିବାଦରେ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ଧାରଣା ଦିଆଯାଇଥିଲା।

ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ତାଙ୍କ ପୁଅ ପଢ଼ୁଥିଲା। ମଙ୍ଗଳବାର ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତାଙ୍କ ପୁଅର ଜଣେ ସହପାଠୀ କହିଛି ଯେ, ଜଣେ ଛାତ୍ର ତାଙ୍କ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି। ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଏତେବଡ଼ ଘଟଣା କିପରି ଘଟିଲା ଏବଂ ସ୍କୁଲ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories