www.samajalive.in
Monday, December 15, 2025
24.1 C
Bhubaneswar

ଚୋରି ହେଲା କାଳ, ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ଛେଚା ଖାଇଲେ ୪ ଯୁବକ

ଫୁଲବାଣୀ: ରାତି ଅଧରେ ଚୋରି କରିବା ହେଲା କାଳ। ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ଚାରିଜଣ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଗୋଛାପଡା ଥାନା ଅଞ୍ଚଳରେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଶେଷରେ ଗ୍ରାମବାସୀ ନିର୍ଦ୍ଧୁମ ପିଟିବା ପରେ ଗୋଛାପଡ଼ା ଥାନାବାବୁଙ୍କ ହାତରେ ଧରାଇଛନ୍ତି ୪ ଜଣଙ୍କୁ।

ଖବର ପ୍ରକାରେ, ଗୋଛାପଡା ଥାନା ଅନ୍ତର୍ଗତ କଲାଡି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ହିରାମଣୀ ବିଶୋୟୀ ନାମକ ଜଣେ ମହିଳା ତାଙ୍କ ଝିଅ ମାନଙ୍କ ସହ ନିଜ ଘରେ ଶୋଇଥିବା ବେଳେ ଚାରିଜଣ ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଘରଭିତରକୁ ପଶି ଟଙ୍କା ସୁନା ଆଦି ମାଗିଥିଲେ। ଭୟଭିତ ହୋଇ ହିରାମଣୀ ଘରେ ଥିବା ସମସ୍ତ ଟଙ୍କା , ରୁପା ଓ ଅନ୍ୟ ଅଳଙ୍କାର ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ ବଡଝିଅ କୈାଶଳ କ୍ରମେ ଘରଭିତରୁ ପଦାକୁ ବାହାରି ଆସି ଗାଁ ଲୋକଙ୍କୁ ପାଟିକରି ଡ଼ାକିଥିଲେ। ଝିଅର ପାଟିଶୁଣି ଆଖ ପାଖ ଓ ପଡ଼ିଶାରେ ରହୁଥିବା ଲୋକେ ତୁରନ୍ତ ପଦାକୁ ଆସି ଖବର ଜାଣିବା ପରେ ଏକାଠି ରୁଣ୍ଡ ହୋଇ ଘରଭିତରେ ପସିଥିବା ଯୁବକ ମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ୩ ଜଣ ଫେରାର୍‍ ହୋଇଯାଇଥିବା ବେଳେ ଜଣେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ହାବୁଡ଼ରେ ପଡ଼ିଥିବା ଯୁବକକୁ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେବାପରେ ସେ ଅନ୍ୟ ମାନଙ୍କର ନାମ କହିବା ପରେ ଲୋକେ ଅନ୍ୟ ୩ ଜଣକୁ ମଧ୍ୟ କାବୁ କରବାରେ ସକ୍ଷମ ହୋଇଥିଲେ। କାବୁପରେ ୪ ଜଣକୁ ନିର୍ଦ୍ଦୁମ ମାଡ଼ ମାରିଥିଲେ। ମାଡରେ ଉକ୍ତ ଚାରିଜଣ ଯୁବକ ଗୁରୁତର ଆହତ ହେବା ପରେ ସେମାନଙ୍କୁ ଫିରିଙ୍ଗିଆ ଗୋଷ୍ଟି ସ୍ୱାସ୍ଥ୍ୟା କେନ୍ଦ୍ରରେ ଚିକିତ୍ସା କରାଇ ଗୋଛାପଡା ପୋଲିସର ଜିମା ଦେଇଥିବା ଜଣାପଡିଛି। ଗ୍ରାମବାସୀ ଙ୍କ ମାଡରେ ଗୁରୁତର ହୋଇଥିବା ଯୁବକ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଗାଁର ରୁଦ୍ର ନାଏକ, ଲିବ୍ୟ ଦିଗାଳ ଓ ଚିନ୍ତାମଣି ମୁଖୀ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ମାଲା ଗ୍ରାମର ଗଣେଶ ଦିଗାଳ ବୋଲି ଜଣାପଡିଛି। ଅନ୍ୟପଟେ ମାଡ ଖାଇଥିବା ଯୁବକ ମାନେ ମଧ୍ୟ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯୁବକ ମାନଙ୍କ ଏତଲା ଅନୁସାରେ ଏହି ଚାରିଜଣ ଯୁବକ ସ୍ଥାନୀୟ ଗଙ୍ଗଲଡକା ଗ୍ରାମରୁ ଫୁଟବଲଖେଳ ଦେଖି ଫେରୁଥିବା ସମୟରେ କଲାଡ଼ି ଗ୍ରାମରେ ଚୋରଚୋର କହି ଗାଁ ଲୋକ ହୋ ହାଲ୍ଲା ହେଉଥିଲେ। ସନ୍ଦେହରେ ତାଙ୍କୁ ଧରି ମାଡମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗୋଛାପଡା ପୋଲିସ ୭୩/୨୦ ଓ ୭୪ା୨୦ରେ ଦୁଇଟି ପୃଥକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଗୋଛାପଡା ଥାନା ଅଧିକାରୀ ତୃପ୍ତି ରଞନ ନାଏକ ସୂଚନା ଦେଇଥିବା ବେଳେ ତଦନ୍ତ ପରେ ସତକଥା ପଦାକୁ ଆସିବ ବୋଲି କହିଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories