ହ୍ବାଟ୍ସଆପରେ ଆସୁଛି ଦମଦାର୍‌ ଏହି ୫ ନୂଆ ଫିଚର

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ହ୍ୱାଟସ୍‌ଆପ୍‌ ଏକ ଲୋକପ୍ରିୟ ମେସେଜିଂ ବା ସନ୍ଦେଶ ପ୍ରେରଣ କରାଯାଉଥିବା ଆପ୍‌ । ମେଟାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ ପାଇଁ ଆଗାକୁ ଅନେକ ଦମଦାର ଫିଚର ଆଣିବା ପାଇଁ ଯାଉଛି । । ନିକଟରେ ଆଣ୍ଡ୍ରଏଡ୍ ଓ ଆଇଓଏସର ବିଟା ଭର୍ସନରେ ଏହି ଫିଚର ସବୁକୁ ଦେଖିବା ପାଇଁ ମିଳିଛି।

ହ୍ୱାଟସଆପର ଇନଷ୍ଟାଣ୍ଟ ମେସେଜିଂ ଆପରେ ଏଆଇ ଫିଚର ଦେଖିବାକୁ ମିଳିଛି । ଏହା ପୂର୍ବରୁ ବିଟା ଭର୍ସନରେ ମଧ୍ୟ ହ୍ୱାଟସଆପର ନୂଆ ପ୍ରାଇଭେସି ଫିଚର ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ ଆସୁଥିବା ଏଭଳି ୫ଟି ସ୍ୱତନ୍ତ୍ର ଫିଚର ବିଷୟରେ…

AI ଏଆଇ ଫଟୋ ଏଡିଟର

ହ୍ୱାଟ୍ସଆପକୁ ଖୁବଶୀଘ୍ର ଏଆଇ ଇମେଜ ଏଡିଟିଂ ଫିଚର ମିଳିବ । ଏହି ଫିଚର କୁ ବ୍ୟବହାର କରି ଉପଭୋକ୍ତାମାନେ ଏଆଇ ଜରିଆରେ ଫଟୋ ଏଡିଟ କରିପାରିବେ । ହ୍ୱାଟସଆପର ଏହି ଫିଚର ନିକଟରେ ଆଣ୍ଡ୍ରଏଡ ୨.୨୪.୭.୧୩ ବିଟା ଭର୍ସନରେ ଦେଖିବାକୁ ମିଳିଛି । ଏହି ଫିଚର ମେଟା ଏଆଇ ଉପରେ କାର୍ଯ୍ୟକାରୀ କରିବ ।

ମେଟା ଏଆଇ – ଆସ୍କ ମେଟା ଏଆଇ

ହ୍ୱାଟ୍ସଆପ୍ ମଧ୍ୟ ନିଜର ମେସେଜିଂ ଆପରେ ଚାଟ ଜିପିଟି ଭଳି ଜେନେରେଟିଭ ଏଆଇ ଉପରେ  ଫିଚର ଆଣିବା ପାଇଁ ଯାଉଛି । ଏହି ଫିଚରରେ ହ୍ୱାଟସଆପ ଆହୁରି ଲୋକପ୍ରିୟ ଏବଂ ବ୍ୟବହାର ଉପଯୋଗୀ ହୋଇଯିବ । ଉପଭୋକ୍ତାମାନେ ଏଆଇ ସହିତ ସେମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେବେ । ହ୍ୱାଟ୍ସଆପର ଏହି ଫିଚରକୁ ଆସ୍କ ମେଟା ଏଆଇ ରଖିଛି । ଏହି ବୈଶିଷ୍ଟ୍ୟ ଆପ୍ ଉପରେ ଥିବା ସର୍ଚ୍ଚ ଆଇକନ୍‌ ନିକଟରେ ରହିବବ।

 

ଗୋପନୀୟତା ବା ପ୍ରାଇଭାସି ଫିଚରସ୍‌

ହ୍ୱାଟସଆପର ଆଇଓଏସ ୨୪.୬.୧୦.୭୪ ଅପଡେଟ୍‌ରେ ନୂଆ ପ୍ରାଇଭେସି ଫିଚର ରହିଛି । ଏହି ଫିଚର ସାହାଯ୍ୟରେ ଉପଭୋକ୍ତା କାହାକୁ ନିଜର ହ୍ୱାଟସଆପ ଅବତାର ବ୍ୟବହାର କରିବାକୁ ଅନୁମତି ଦେବାକୁ ଚାହୁଁଛନ୍ତି ତାହା ସ୍ଥିର କରିପାରିବେ । ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଏହି ନୂଆ ଫିଚର ରହିଛି । ଖୁବଶୀଘ୍ର ଏହା ଅନ୍ୟ ସାଧାରଣ ଉପଭୋକ୍ତାଙ୍କ ପାଇଁ ଉପଲବ୍ଦ ହେବ ।

ପ୍ରିଭ୍ୟୁ ଲିଙ୍କ୍‌ ଡିସାବେଲ୍‌

ହ୍ଵାଟ୍ସଆପ୍ ପାଇଁ ଆଉ ଏକ ପ୍ରାଇଭେସି ଫିଚର ଆସୁଛି । ଏହା ଆଣ୍ଡ୍ରଏଡ୍ ବିଟା ଭର୍ସନ ୨.୨୪.୭.୧୨ ଅପଡେଟ୍‌ରେ ରହିଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସଙ୍କ ଦ୍ୱାରା ସେୟାର କରାଯାଇଥିବା ଲିଙ୍କର ପ୍ରିଭ୍ୟୁ ଦେଖାଯିବ ନାହିଁ । ସାଧାରଣତଃ, ଏକ ଗ୍ରୁପରେ ଏକ ଲିଙ୍କ୍ ସେୟାର କରିବା ସମୟରେ, ଏହି ଗୋପନୀୟତା  ବା ପ୍ରାଇଭେସି  କାରଣରୁ ପ୍ରିଭ୍ୟୁ ଦେଖାଯିବ ନାହିଁ । ଏହା ଉପଭୋକ୍ତଙ୍କ ପ୍ରାଇଭେସି ପାଇଁ ନୂଆ ଭାବେ ଲଞ୍ଚ୍‌ କରାଯିବ ।

ଆଇପି ଆଡ୍ରେସ୍‌ ବ୍ଲକ୍‌
ଏବେ ହ୍ୱାଟସ୍‌ଆପ୍‌ରେ କଲ୍‌ ସମୟରେ ଏକ ଆଇପି ଆଡ୍ରେସ୍‌କୁ ବନ୍ଦ ବା ବ୍ଲକ୍‌ କରାଯାଇ ପାରିବ । ଖୁବ୍‌ଶୀଘ୍ର ଏହି ଫିଚର୍‌ ହ୍ୱାଟସ୍‌ଆପ୍‌ର ଅପ୍‌ଡେଟ୍‌ରେ ମିଳିବ ।

Comments are closed.