www.samajalive.in
Monday, December 15, 2025
15.1 C
Bhubaneswar

ଗୋରୁ ବୋଝେଇ ପିକଅପ ଭ୍ୟାନ ୧ ମୃତ, ୧ ଗୁରୁତର

ଲାଞ୍ଜିଗଡ-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି।

ସୋମବାର ସନ୍ଧ୍ୟା ୮.୩୦ ମିନିଟ ସମୟରେ ରାୟଗଡା ଜିଲ୍ଲା ଅମ୍ବାଦଳାରୁ ଦୁଇଜଣ ବ୍ୟକ୍ତି ନିଜ ଗାଁ ଲାଞ୍ଜିଗଡରୋଡ଼ ପଂଚାୟତ ମାଡିବନ୍ଧାକୁ ବାଇକ ଯୋଗେ ଫେରୁଥିବାବେଳେ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀ ଦୀନବନ୍ଧୁ ଗଉଡ଼(୪୫)ଙ୍କ ଘଟଣା ସ୍ଥଳରେ ଜୀବନ ଯାଇଥିବାବେଳେ ପଛରେ ବସିଥିବା ଡମୁ ଗଉଡ଼(୪୭)ଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବିଶ୍ୱନାଥପୁର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

- Advertisement -

 

ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ପୁଲିସ ବାହିନୀ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories