www.samajalive.in
Sunday, December 14, 2025
19.1 C
Bhubaneswar

ବନ୍ଦୀ ଜୀବନର ସଂଗ୍ରାମ କାହାଣୀ…କାଫିର

“ଲାଖ ଦୁହାଈ ଦେ ଦୋ ଉସେ,
ୱହ ନହିଁ ତୁଟେଗୀ କଭି,
ଇକ ମା’ କା ଦିଲ ହୈ ଉସକେ ସୀନେ ମେଁ,
ହାର ମାନନୀ ଉସନେ ଶିଖି ନହିଁ…”

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଚଳଚ୍ଚିତ୍ର ଅଭିନେତ୍ରୀ ଦିୟା ମିର୍ଜ଼ା ଛୋଟ ପରଦାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ୱେବ ସିରିଜ ‘କାଫିର’, ଦିୟା ମୀର୍ଜାଙ୍କ ସବୁଠାରୁ ନିଖୁଣ ଅଭିନୟର କଳାକୃତି ଦର୍ଶକମାନଙ୍କୁ ଭେଟି ଦେବ ବୋଲି ଶୁଣିବାକୁ ମିଳୁଛି। ଯଦିଓ କାଫିର’ର ଅର୍ଥ ନାସ୍ତିକ, ବିଧର୍ମୀ ବା ସର୍ବୋପରି ଆଲ୍ଲାହଙ୍କ ଉପରେ ବିଶ୍ୱାସ ନ କରିବା କିନ୍ତୁ ଏହି ୱେବ ସିରିଜରେ କାହାଣୀର ଗତିଶୀଳତା ଦର୍ଶକଙ୍କୁ ଜୀବନ ବଞ୍ଚାଇ ରଖିବା ପାଇଁ କିଭଳି ମା’ଟିଏ ତାର କୁନି ଝିଅ ସହ ସଂଗ୍ରାମ କରୁଛି ଦେଖିବାକୁ ମିଳିବ। ରହସ୍ୟମୟ ପରିସ୍ଥିତିରେ ପାକିସ୍ତାନ ସୀମା ଅତିକ୍ରମ କରି ଭାରତ ଚାଲିଆସିଥିବା ମା’ ଝିଅଙ୍କ ଭାରତରେ ବନ୍ଦୀ ଜୀବନ କାହାଣୀର ଅନ୍ୟ ଏକ ଦିଗ।

- Advertisement -

ୱେବ ସିରିଜ କାଫିରର ବିଷୟବସ୍ତୁ ଏତେ ଶକ୍ତିଶାଳୀ ଯେ ଏହା ସବୁ ପ୍ରତିବନ୍ଧକକୁ ଅତିକ୍ରମ କରିବ ବୋଲି ଅଭିନେତ୍ରୀ ଦିୟା ମିର୍ଜା କହିଛନ୍ତି। ସେ କହିଛନ୍ତି , ଏଥିରେ ଅଭିନୟ କରିବା କେବଳ ଅଭିନୟ ନୁହେଁ ବରଂ ଏକ ଆନନ୍ଦଦାୟକ ଆତ୍ମମନ୍ଥନ।

କାଫିରର ବିଷୟବସ୍ତୁ ଯଦିଓ କାଶ୍ମୀରର ବାସ୍ତବ ଘଟଣାକୁ ନେଇ ରଚିତ, କିନ୍ତୁ ସମ୍ପୂର୍ଣ ଘଟଣାବଳୀ ମହିଳାଙ୍କ ସଂଗ୍ରାମ ଓ ସେମାନଙ୍କ ସ୍ୱତନ୍ତ୍ରତା ବର୍ଣନା କରୁଛି ଯାହା ଦର୍ଶକଙ୍କ ମନରେ ଉତ୍ସୁକତା ସୃଷ୍ଟି କରିବ।

ଭବାନୀ ଆୟାରଙ୍କ ଲିଖିତ କାଫିରର କାହାଣୀ ଶୁଣିବା ପରେ ଦିୟା ସେଥିରେ ଥିବା ମାନବିକତା ବୁଝି ପାରିଥିଲେ ଏବଂ କାହାଣୀରେ ଥିବା ପୂର୍ବ ଧାରଣାକୁ ବୁଝି ନିଖୁଣ ଭାବେ ପ୍ରଦର୍ଶନ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନ ସମୟରେ ପାକିସ୍ତାନ ଓ ଭାରତୀୟ କଳାକାର ଉଭୟ ଅନ୍ୟ ଦେଶକୁ ଯାଉନଥିବା ବେଳେ, ଦିୟା କହିଛନ୍ତି ଯେ କଳା ସବୁବେଳେ ଭୟରେ ବଞ୍ଚେ କିନ୍ତୁ ଅଗ୍ରସର ମଧ୍ୟ ହୁଏ।

ସିଦ୍ଧାର୍ଥ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ସୋନମ ନାୟାର ନିର୍ଦ୍ଦେଶିତ ୱେବ ସିରିଜ କାଫିରରେ ଦିୟା ମୀର୍ଜାଙ୍କ ସହ ଅଭିନୟ କରିଛନ୍ତି ମୋହିତ ରୈନା। ଆସନ୍ତା ୧୫ରେ ଚ୍ୟାନେଲ ‘ଜୀ୫’ରେ ମୁକ୍ତିଲାଭ କରିବାକୁ ଥିବା କାଫିର ଛୋଟ ପରଦାରେ ପୁଣି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବ ଏଥିରେ ସନ୍ଦେହ ନାହିଁ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories