www.samajalive.in
Monday, December 15, 2025
26.1 C
Bhubaneswar

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘର ସାମ୍ନାରୁ ଲୁଟ୍‍ ; ଅଳଙ୍କାର ଭର୍ତ୍ତି ବ୍ୟାଗ୍‍ ଲୁଟିନେଲେ ଲୁଟେରା

ପିପିଲି : ଜଣେ ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀଙ୍କ ଘର ସାମ୍ନାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍‍କୁ ଲୁଟି ନେଇଛନ୍ତି ଦୁଇ ଲୁଟେରା । କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ଉତ୍ତରାବଜାର ନିକଟରେ କଳା ପଲ୍ସର ବାଇକ୍‍ରେ ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍‍ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସାଧାରଣରେ ଆଲୋଡନ ଖେଳିଯାଇଛି ।
ସୂଚନା ଅନୁଯାଇ, ଏୟାର ଫୋର୍ସର ଅବସରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ରାୟ ଉତ୍ତରାଶାସନ ଅନ୍ତର୍ଗତ ହନୁମାନ ମନ୍ଦିର ନିକଟ ନିଉ କଲୋନୀରେ ଥିବା ନିଜ ଘରେ ପରିବାର ସହ ବାସ କରନ୍ତି । ଭୁବନେଶ୍ୱର କଟକରୋଡର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ବ୍ୟାଙ୍କ ଲକରରୁ ଅଳଙ୍କାରକୁ କାଢି ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ । ନିଜ ଘର ସାମ୍ନାରେ ସ୍କୁଟିରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍‍କୁ ସେ କାଢୁଥିବା ବେଳେ ପଛରୁ ତାଙ୍କୁ ଏକ କଳା ପଲ୍ସର ବାଇକରେ ଅନୁସରଣ କରୁଥିବା ଦୁଇଜଣ ଲୁଟେରା ହଠାତ୍‍ ସେଠାରେ ପହଞ୍ଚି ତାଙ୍କ ହାତରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍‍କୁ ଛଡାଇ ନେଇ ଫେରାର୍‍ ହୋଇଯାଇଥିଲେ । ଲୁଟ୍‍ ଅଳଙ୍କାରର ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‍ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏନେଇ ଶ୍ରୀରାୟ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଛାୟତ ଘଟଣାର ତଦନ୍ତ ଚଳାଇବା ସହ ଲୁଟେରାଙ୍କ ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories