www.samajalive.in
Saturday, December 6, 2025
17.1 C
Bhubaneswar

ଶିବ ମନ୍ଦିରରୁ ସୁନା ଅଳଙ୍କାର ଓ ଆସବାବପତ୍ର ଚୋରି

ବାଲେଶ୍ବର: ଜଳେଶ୍ବର ଥାନା ବାଗପୁଞ୍ଜି ଗାଁରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଗାଁରେ ଥିବା ଶିବ ମନ୍ଦିରରୁ ସୁନା ଅଳଙ୍କାର ଏବଂ ଆସବାବପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର, ଆସବାବପତ୍ର, ୨୦ କେଜିର ତମ୍ବା ନାଗ ସାପ ଓ ଡାକବାଜି ଯନ୍ତ୍ର ଆଦିକୁ କେହି ଦୁର୍ବୁତ୍ତ ଚୋରି କରିନେଇଯାଇଛି।  ବୁଧବାର ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଆସି ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ।  ପରେ ଏ ନେଇ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories