www.samajalive.in
Saturday, December 6, 2025
15.1 C
Bhubaneswar

ରେଖା ଦେଙ୍କୁ ସମ୍ବର୍ଦ୍ଧନା 

ସମ୍ବଲପୁର  : ସମ୍ବଲପୁରର ବରିଷ୍ଠ କ୍ରିଡାବିତ ରେଖା ଦେଙ୍କୁ ସଫଳତା ଅର୍ଜନ ପରେ ସମ୍ବର୍ଦ୍ଧନା ଦିଆଯାଇଛି। ବିଗତ ୬ତମ ଜାତୀୟ ମାଷ୍ଟର ଗେମ୍ସ ୨୦୨୪ ଗୋଆ ଠାରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବରିଷ୍ଠ କ୍ରିଡାବିତ ରେଖା ଦେ ଅଂଶଗ୍ରହଣ କରି ୧୦୦ ମିଟର, ୨୦୦ ମିଟର ଦୌଡ, ଟ୍ରିପଲ ଜମ୍ପ ଓ ୪ ଏକ୍ସ ୧୦୦ ମିଟର ରିଲେ ଦୌଡରେ ସ୍ୱର୍ଣ୍ଣ ପଦକ ଜିଣି ସମ୍ବଲପୁର ସମେତ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ପାଇଁ ଜାଗରଣ ସ୍ୱେଚ୍ଛାସେବୀ ସଙ୍ଗଠନର ସୁଧିର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ସୁଶୀଲ ମହାରଣା, ବିଶ୍ୱଜିତ ବାରିକ, ରାହୁଲ ଗୁପ୍ତା, ସୁରେଶ ମହତ୍ତମ ଓ ବିବେକ ମହାପାତ୍ର ପ୍ରମୁଖ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ଦିନରେ ଆହୁରୀ ସଫଳତା ହାସଲ କରିବା ପାଇଁ ଶୁଭକାମନା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories