www.samajalive.in
Saturday, December 6, 2025
15.1 C
Bhubaneswar

ସଫଳ ଯୁବ ଉଦ୍ୟୋଗୀ, ନିଯୁକ୍ତିଦାତା ସୌମ୍ୟରଞ୍ଜନ

ସମ୍ବଲପୁର : ନିଯୁକ୍ତି ଓ ନିୟୋଜନର ଆୟାମ ଏବେ ପରିବର୍ତ୍ତନ ହୋଇଥିବା ବେଳେ ଅନେକ ଉଚ୍ଚଶିକ୍ଷିତ ଯୁବକ ଆଜି ଉଦ୍ୟୋଗୀ ଓ ନିଯୁକ୍ତିଦାତା ପାଲଟିବାକୁ ବେଶି ପସନ୍ଦ କରୁଛନ୍ତି। ଏହିଭଳି ଜଣେ ଯୁବ ଉଦ୍ୟୋଗୀ ହେଉଛନ୍ତି ସୋନପୁର ଜିଲା ବିନିକାର ସୌମ୍ୟରଞ୍ଜନ ପୂଜାରୀ। ସମ୍ବଲପୁର ମହୋତ୍ସବରେ ତାଙ୍କର ତ୍ରିବେଣୀ ଡାଏରୀର ଭିନ୍ନ ଭିନ୍ନ ରକମର ଛେନାପୋଡ଼କୁ ବେଶ୍ ଆଦର କରାଯାଉଛି। ଇଲେକ୍ଟ୍ରାନିକ୍ସ ଓ ଟେଲିକମରେ ଡିପ୍ଲୋମା କରିଥିଲେ ହେଁ ସେ ଚାକିରି ପଛରେ ନ ଗୋଡ଼ାଇ ନିଜ ଉଦ୍ୟମରେ ଦୁଗ୍ଧ ଉତ୍ପାଦ ବିଶେଷକରି ଛେନାପୋଡ଼ର ଉତ୍ପାଦନ କରି ସଫଳତା ଅର୍ଜନ କରିଛନ୍ତି। ଏହାକୁ ନେଇ ତାଙ୍କୁ ସୁବର୍ଣ୍ଣପୁର ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି) ପକ୍ଷରୁ ସଫଳ ଯୁବ ଉଦ୍ୟୋଗୀ ରୂପେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି।

ଶିକ୍ଷା ସମାପ୍ତ ହେବା ପରେ ସୌମ୍ୟରଞ୍ଜନ ଚାକିରି ପଛରେ ନ ଗୋଡ଼ାଇ ୪ବର୍ଷ ପୂର୍ବରୁ କେତୋଟି ଗାଈ କିଣି ନିଜ ଗାଁ ପୂଜାରୀ ସାହାଜବାହାଲରେ ଏକ ଡାଏରୀ ଫାର୍ମ କରିଛନ୍ତି। ତା ଛଡ଼ା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ପ୍ରଦତ୍ତ ୫ଲକ୍ଷ ଟଙ୍କାର ଋଣରେ ସେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରିଛନ୍ତି। ତାଙ୍କ ଫାର୍ମରୁ ଉତ୍ପାଦିତ କ୍ଷୀରରୁ ପ୍ରସ୍ତୁତ କେଶର ଛେନାପୋଡ଼, ସୁଗାର ଫ୍ରି ଛେନାପୋଡ଼ ଓ ଗୁଡ଼ ଛେନାପୋଡ଼ ବେଶ୍ ଲୋକପ୍ରିୟ ହୋଇଛି। ଖାଲି ସେତିକି ନୁହେଁ ଚକୋଲେଟ ଓ ଭାନିଲା ସ୍ବାଦର ଛେନାପୋଡ଼କୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହାବ୍ୟତୀତ ତାଙ୍କ ପ୍ରସ୍ତୁତ ଶୁଦ୍ଧ ଗୁଆ ଘିଅ, ପନୀର ଓ ଦହି ଆଦିର ମଧ୍ୟ ବେଶ୍ ଚାହିଦା ରହିଛି। ଏହି ଦୁଗ୍ଧ ଆଧାରିତ ଉଦ୍ୟୋଗରେ ସୌମ୍ୟ ସ୍ବରୋଜଗାରକ୍ଷମ ହେବା ସହ ୧୦ଜଣଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ସେ ଆଗକୁ ନିଜ ଡାଏରୀର ବିସ୍ତାର କରିବାକୁ ଯୋଜନା କରିଥିବା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories