www.samajalive.in
Saturday, December 6, 2025
14.1 C
Bhubaneswar

୩୨ ଏକର ଗଞ୍ଜେଇ ଗଛ ନଷ୍ଟ, ଜଙ୍ଗଲ କୁଡ଼ିଆରୁ ମିଳିଲା ୩୧୦ କିଲୋ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଓ ଗୋଚ୍ଛାପଡା ଥାନା ପୁଲିସ ପକ୍ଷରୁ ଦୀର୍ଘ ଦିନ ହେବ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି। ତେବେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତର କାକା ମାହା, ବାଡାବଙ୍ଗ ଏବଂ ମାଣ୍ଡରୁଗାଁର ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବରେ ଲାଗିଥିବା ପ୍ରାୟ ୩୨ ଏକର ଗଞ୍ଜେଇ ଗଛକୁ ମଙ୍ଗଳବାର କଟାଯାଇଛି। ତେବେ ବର୍ତମାନ ଗଞ୍ଜେଇ ଚାଷୀମାନେ ଅମଳ ସମୟ ହୋଇଥିବାରୁ ଜଙ୍ଗଲରେ କୁଡ଼ିଆ କରି ଗଞ୍ଜେଇ ଅମଳର ପ୍ରସ୍ତୁତି ଚାଲୁ ରହିଥିବା ବେଳେ ଜଙ୍ଗଲରେ ଗଞ୍ଜେଇ ପ୍ରସ୍ତୁତ କରି ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଫିରିଙ୍ଗିଆ ପୁଲିସ ବେଆଇନ ଗଞ୍ଜେଇ ଗଛ କାଟିବାକୁ ଯାଇଥିବାବେଳେ ଜଙ୍ଗଲରେ ଏକ କୁଡ଼ିଆରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ କରି ରଖିଥିବା ବେଳେ କୁଡ଼ିଆରୁ ୩୧୦ କେଜି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ପୁଲିସ। ତେବେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୪୦/୨୪ରେ ଏକ ଗଞ୍ଜେଇ କଟା ଓ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରିଥିବା ବେଳେ ଏହି ଗଞ୍ଜେଇ କଟା ଅଭିଯାନରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ଏସ ଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରମୋଦ ପ୍ରଧାନ, ଏସ ଆଇ ଅଜୟ ସାହୁଙ୍କ ସହ ୩ ପ୍ଲାଟୁନ ପୁଲିସ ଫୋର୍ସ ଓ ୩୦ ଜଣ ଶ୍ରମିକ ନିୟୋଜିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories