www.samajalive.in
Sunday, December 7, 2025
18.1 C
Bhubaneswar

ଦିଲ୍ଲୀ ଚଲୋ ଜିଦ୍‌ରେ ଅଟଳ ଚାଷୀ : ଶମ୍ଭୁ ବର୍ଡରରେ ଚାଷୀ-ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି କୁହାଯାଇଛି। ହରିୟାଣା ସରକାର ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ଅମ୍ବାଲା, କୁରୁକ୍ଷେତ୍ର , ହିସାର , ଫତେହାବାଦ ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହିପରି ରାଜସ୍ଥାନର ୩ ଜିଲ୍ଲା ଶ୍ରୀଗଙ୍ଗାନଗର , ଅନୁପଗଡ ଓ ହନୁମାନଗଡରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ୧୫ଟି ଜିଲ୍ଳାରେ ୧୪୪ ଧାରା ଜାରି ରହିଛି। ସେପଟେ ପଞ୍ଜାବର ଫତେଗଡ ସାହିବରୁ ଶମ୍ଭୁ ସୀମା​‌ ଯାଏଁ ଶତାଧିକ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଶମ୍ଭୁ ବର୍ଡରରେ ପୁଲିସ- ଏବଂ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍ ପୁଲିସ ଟ୍ରାଫିକ୍ ଆଡଭାଇଜରୀ ଜାରି କରିଛି। ନୂଆ ଆଡଭାଇଜରୀ ଅନୁଯାୟୀ ଟିକରି ସୀମାର ଏକ କିଲୋମିଟର ଅଞ୍ଚଳକୁ ସିଲ୍ କରାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories