www.samajalive.in
Sunday, December 7, 2025
26.1 C
Bhubaneswar

ଗୁଡି ସହିତ ଉପରକୁ ଉଠିଗଲେ ୩୦ ଫୁଟ

କଲମ୍ବୋ: ଗୁଡି ଉଡାଇବା ଅନେକଙ୍କର ସଉକ । ଦେଶ ବିଦେଶରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗଙ୍କ ମଧ୍ୟରେ ଗୁଡି ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି । ସେଥିପାଇଁ ଅନେକ ସ୍ଥାନରେ ଗୁଡିଉଡା ପ୍ରତିଯୋଗିତା ମଧ୍ୟ ପ୍ରତିବର୍ଷ ଆୟୋଜନ କରାଯାଉଛି । ଗୁଡିକୁ ନେଇ ଅନେକ ଘଟଣା ଅଘଟଣ ମଧ୍ୟ ଘଟିଛି । ଏବେ ଗୁଡିକୁ ନେଇ ଏଭଳି ଏକ ଘଟଣା ଘଟିଛି, ଯାହା ଜାଣିଲେ ଲୋମ ଟାଙ୍କୁରି ଉଠିବ । ଶ୍ରୀଲଙ୍କାର ଜାଫନା ଉପକୂଳରେ କିଛି ଯୁବବନ୍ଧୁ ମିଶି ଗୁଡି ଉଡାଇବାକୁ ଯାଇଥିଲେ । ସେମାନେ ସାଙ୍ଗରେ ନେଇଥିଲେ ଏକ ବିଶାଳକାୟ ଗୁଡି ଏବଂ ତାହା ସହିତ ଲାଗିଥିଲା ଏକ ମୋଟା ଓ ଶକ୍ତ ସୂତା । ପାଞ୍ଚଜଣ ବନ୍ଧୁ ମିଶି ଗୁଡିକୁ ଉଡାଇବା ପରେ ଜଣେ ଯୁବକ ଅଡୁଆ ହୋଇଯାଇଥିବା ସୂତାକୁ ଖୋଲୁଥିଲେ । ସେହି ସମୟରେ ଆସିଲା ଦଲକାଏ ପବନ । ଗୁଡିକୁ ଉପରକୁ ଉଠାଇନେଲା, ଆଉ ଗୁଡିର ମୋଟା ସୂତାକୁ ଧରିଥିବା ଯୁବକଜଣକ ହଠାତ ୩୦ ଫୁଟ ଉପରକୁ ଉଠିଗଲେ । ଯୋଗକୁ ସେ ସେହିଭଳି ଦଉଡିକୁ ଧରିଥିଲେ । କିଛି ସମୟ ସେହିଭଳି ଗୁଡିର ମୋଟା ସୂତାକୁ ଧରି ଝୁଲିରହିବା ପରେ ସେ ତଳକୁ ଖସିପଡିଥିଲେ । ଅବଶ୍ୟ ତଳେ ବାଲି ଥିବାରୁ ତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ । ସାମାନ୍ୟ ଆହତ ହୋଇଥିବା ଉକ୍ତ ଯୁବକ ମନମୋହନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା । ଜଣାଯାଇଛି ଯେ ପୋଙ୍ଗଲ ପର୍ବ ପାଳନ ଅବସରରେ ସେଠାରେ ଅନେକ ଗୁଡି ଉଡାଇଥାନ୍ତି । ସେମାନଙ୍କ ମଧ୍ୟରେ ଏହି ଛଅ ବନ୍ଧୁ ମଧ୍ୟ ସାମିଲ ଥିଲେ । ଅନୁରୂପ ଏକ ଘଟଣାରେ ୨୦୨୦ରେ ଇଣ୍ଡୋନେସିଆରେ ଜଣେ ୧୨ ବର୍ଷ ବୟସର ବାଳକ ଏକ ବିଶାଳ ଗୁଡିକୁ ଧରି ପାଖାପାଖି ୩୦ ଫୁଟ ଉପରକୁ ଉଠିଯାଇଥିଲେ । ତଳେ ଥିବା ଲୋକମାନେ ଏହା ଦେଖି ଭୟରେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ । ଶେଷରେ ବାଳକ ଜଣକ ତଳକୁ ଖସି ଆହତ ହୋଇଥିଲେ । ତାଙ୍କ ହାତର ହାଡ ଛଅଟି ସ୍ଥାନରେ ଭାଙ୍ଗିଯାଇଥିଲା ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories