www.samajalive.in
Sunday, December 7, 2025
14.1 C
Bhubaneswar

ଏନ୍‌ସିଇଆରଟି ପୁସ୍ତକରୁ ହଟିଲା ‘ବାବ୍ରୀ ମସ୍‌ଜିଦ’ ଶବ୍ଦ

ନୂଆଦିଲ୍ଲୀ : ଏନ୍‌ସିଇଆରଟି ଦ୍ବାରା ପ୍ରବର୍ତ୍ତିତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ଅଯୋଧ୍ୟା ଓ ବାବ୍ରୀ ମସ୍‌ଜିଦ ବିଷୟରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ପୁସ୍ତକ ଚଳିତ ବର୍ଷ ପୁନଃ ପ୍ରକାଶନ କରାଯିବା ସହ ଏଥିରୁ ବାବ୍ରୀ ମସ୍‌ଜିଦ ଶବ୍ଦ ବାଦ୍‌ ଦିଆଯାଇ ଉକ୍ତ ସ୍ଥାନରେ ‘ତିନି ଗମ୍ବୁଜ ବିଶିଷ୍ଟ ନିର୍ମାଣ’ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ପୂର୍ବରୁ ୪ପୃଷ୍ଠା ବ୍ୟାପୀ ଉଲ୍ଲିଖିତ ଅଯୋଧ୍ୟା ବିଷୟକୁ ଏଥର ହ୍ରାସ କରାଯାଇ ଦୁଇ ପୃଷ୍ଠାରେ ସୀମିତ ରଖାଯାଇଛି। ରାମ ରଥ ଯାତ୍ରା, କରସେବକଙ୍କ ଭୂମିକା, ବାବ୍ରୀ ମସ୍‌ଜିଦ ଭଙ୍ଗ ଓ ରାଷ୍ଟ୍ରପତି ଶାସନ ଜାରି ଆଦି ବିଷୟକୁ ପାଠ୍ୟକ୍ରମରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ୧୫୨୮ ଖ୍ରୀଷ୍ଟାବ୍ଦରେ ବାବ୍ରୀ ମସ୍‌ଜିଦ ମିର୍‌ ବାକିଙ୍କ ଦ୍ବାରା ନିର୍ମିତ ହୋଇଥିବା ଲେଖାଯାଇଥିଲା; କିନ୍ତୁ ନୂଆ ସଂସ୍କରଣରେ ଏହାର ପରିବର୍ତ୍ତନ କରାଯାଇଛି। ୧୯୮୬ର ସାମ୍ପ୍ରଦାୟିକ ଦଙ୍ଗା ବିଷୟକୁ ମଧ୍ୟ କାଟ୍‌ଛାଣ୍ଟ କରାଯାଇଛି। ତିନି ଗମ୍ବୁଜ ବିଶିଷ୍ଟ ନିର୍ମାଣକୁ ଖୋଲାଯିବା ପରେ ଆଇନଗତ ଓ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି ହୋଇଥିବା ନୂଆ ବହିରେ ଉଲ୍ଲେଖ ରହିଛି। ଏମିତିକି ବିବାଦୀୟ ଜମି ରାମ ଜନ୍ମଭୂମି ଥିଲା ବୋଲି ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବା ଏଥିରେ ଲେଖାଯାଇଛି। କଲ୍ୟାଣ ସିଂହ ସରକାରଙ୍କ ଭୂମିକା ବର୍ଣ୍ଣନା ବାଦ୍‌ ଦିଆଯାଇଥିବାବେଳେ ବିଜେପିର ରଥଯାତ୍ରା ବିଷୟ ମଧ୍ୟ ବାଦ ଦିଆଯାଇଛି। ଗୁଜରାଟ ଦଙ୍ଗା ବିଷୟକୁ ମଧ୍ୟ ନୂଆ ପୁସ୍ତକରୁ ବାଦ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୪ଠାରୁ ଇତିମଧ୍ୟରେ ଏହି ପୁସ୍ତକର ୪ଟି ସଂଶୋଧିତ ସଂସ୍କରଣ ପ୍ରକାଶ ପାଇଲାଣି। ପରିବର୍ତ୍ତିତ ପାଠ୍ୟକ୍ରମ ସହିତ ସାନି ସଂସ୍କରଣ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହୋଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories