www.samajalive.in
Sunday, December 7, 2025
23.1 C
Bhubaneswar

କାନ୍ଥ କହୁଛି କରୋନା କଥା

ଭୁବନେଶ୍ୱର : ମହାମାରୀ ସଚେତନା ସୃଷ୍ଟି କରୁଛି ସହର ରାସ୍ତାପାର୍ଶ୍ବ କାନ୍ଥ। ପ୍ରତି ଗାଁର ପ୍ରମୁଖ ରାସ୍ତାପାର୍ଶ୍ବ କାନ୍ଥରେ ‘କାନ୍ଥ କହେ କାହାଣୀ’ ପ୍ରକଳ୍ପରେ ଯେପରି ମେଲେରିଆ, ଯକ୍ଷ୍ମା, କର୍କଟ, ଥଣ୍ଡା, କାଶ, ଜ୍ୱର ଆଦି ବିଭିନ୍ନ ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି ସେପରି ରାଜଧାନୀର ପ୍ରମୁଖ ରାସ୍ତାକଡ଼ କାନ୍ଥରେ କରୋନା ସଚେତନତା ଚିତ୍ର ଅଙ୍କାଯାଉଛି।

ଯେଉଁ ସହରୀ କାନ୍ଥରେ ଦିନେ କ୍ରୀଡ଼ା, ପ୍ରାକୃିତକ ଦୃଶ୍ୟରାଜି, କଳାକାର, ଖେଳାଳି, ମହାପୁରୁଷ, ବିଶିଷ୍ଟ ଜନନାୟକ, ସାହିତ୍ୟିକ, ଓଡ଼ିଶାର କଳା ନୈପୁଣ୍ୟ ଆଦି ଝଲସି ଉଠୁଥିଲା ସେଠି ବର୍ତ୍ତମାନ କରୋନା ମହାମାରୀ ସଚେତନତା ସ୍ଥାନିତ ହୋଇଛି। ମାସ୍କ ପରିଧାନ, ସାନିଟାଇଜେସନ୍‍, ସାମାଜିକ ଦୂରତା ରକ୍ଷା, କରୋନା ଭୂତାଣୁ ଲକ୍ଷଣ ଏବଂ ଏଥିପ୍ରତି ସତର୍କ ରହିବା ଦୃଶ୍ୟ ଅଙ୍କିତ ହୋଇଛି। ସୁନ୍ଦର ସୁନ୍ଦର ଚିତ୍ରରେ ବାଟୋଇଙ୍କ ଆଖି ଲାଖି ଯିବା ସହିତ କରୋନା ସମ୍ପର୍କରେ ସମସ୍ତେ ସଚେତନ ହେଉଛନ୍ତି। ରାଜମହଲ ଛକ, କ୍ୟାପିଟାଲ ଥାନା ସମ୍ମୁଖ, ଏକ ନମ୍ବର ହାଟ, ଦୁଇ ନମ୍ବର ମାର୍କେଟ ବିଲ୍‍ଡିଂ ରାସ୍ତାପାର୍ଶ୍ବ କାନ୍ଥରେ କରୋନା ମହାମାରୀ ଚିତ୍ର ସହିତ ବିଭିନ୍ନ କୋଭିଡ୍‍-୧୯ ସଚେତନତା ବାର୍ତ୍ତା ଅଙ୍କାଯାଇଛି। ମୁରାଲ ପେ ଣ୍ଟିଂ ଏବଂ ସ୍କଲ୍‍ପଚର (ସ୍ଥାପତ୍ୟ କଳା) କାନ୍ଥରେ ଜୀବନ୍ତ ହୋଇ ଉଠିଛି। ବିଏମ୍‍ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ପୂର୍ବରୁ ଯେପରି ରାସ୍ତାପାର୍ଶ୍ବ ଚିତ୍ରକଳା କାର୍ଯ୍ୟକ୍ରମ ଚାଲୁଥିଲା ସେହି ଅନୁଯାୟୀ ଏବେ ପ୍ରମୁଖ ବଜାରର ରାସ୍ତାକଡ଼ କାନ୍ଥରେ କରୋନା ସଚେତନତା ଚିତ୍ର କରାଯାଇଛି। ଆଗକୁ ସହରର ବିଭିନ୍ନ ରାସ୍ତାପାର୍ଶ୍ବରେ ଏପରି କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories