www.samajalive.in
Sunday, December 7, 2025
26.1 C
Bhubaneswar

ବୀର ଯବାନଙ୍କ ଅପୂର୍ବ ସାହସ ଆମକୁ ପ୍ରତିଦିନ ପ୍ରେରଣା ଦେଉଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କାରଗିଲ ଯୁଦ୍ଧରେ ଭାରତର ବିଜୟକୁ ସୋମବାର ସାରା ଦେଶ ପାଳନ କରିଛି । ଏଥିସହିତ ଏହି ବିଜୟ ପଛରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଦେଶର ବୀର ଯବାନଙ୍କର ଅପୂର୍ବ ସାହସ ଓ ବୀରତ୍ୱର ସ୍ମୃତିଚାରଣ କରିଛନ୍ତି ଦେଶବାସୀ । ସେମାନଙ୍କର ଆତ୍ମୋତ୍ସର୍ଗକୁ ମନେପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ବୀର ଯବାନଙ୍କର ଅଦମ୍ୟ ସାହସ ଆମକୁ ପ୍ରତିଦିନ ପ୍ରେରଣା ଯୋଗାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କର ବଳିଦାନକୁ ଆମେ ମନେପକାଉଛୁ । ସେମାନଙ୍କ ସାହସ, ବୀରତ୍ୱର ଆମେ ସ୍ମୃତିଚାରଣ କରୁଛୁ । ଆଜି କାରଗିଲ ବିଜୟ ଦିବସରେ ଆମେମାନେ ଦେଶର ସୁରକ୍ଷା ନିମନ୍ତେ କାରଗିଲରେ ପ୍ରାଣବଳି ଦେଇଥିବା ସମସ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେମାନଙ୍କ ବୀରତ୍ୱ ଓ ସାହସ ଆମକୁ ପ୍ରତିଦିନ ପ୍ରେରଣା ଦେଉଛି । ଦେଶର ସୈନ୍ୟବାହିନୀକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କାରଗିଲ ଯୁଦ୍ଧ ଆମ ସୁରକ୍ଷା ବାହିନୀର ଅପୂର୍ବ ସାହସ, ବୀରତା ଏବଂ ଶୃଙ୍ଖଳାର ପ୍ରତୀକ ଥିଲା, ଯାହା ସାରା ବିଶ୍ୱ ଦେଖିସାରିଛି । ଭାରତ ଏହି ଦିବସକୁ ‘ଅମୃତ ମହୋତ୍ସବ’ ଭାବରେ ପାଳନ କରାଯାଉଛି ବୋଲି ସେ କହିଥିଲେ । ଅମୃତ ମହୋତ୍ସବକୁ ଭାରତ ସରକାରଙ୍କ ଦ୍ୱାରା ଏକ ଜନ ଆନ୍ଦୋଳନ ଭାବରେ ପାଳନ କରାଯାଉଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଗଠିତ ଏକ କମିଟି ରାଷ୍ଟ୍ରୀୟ ସ୍ତରରେ ଏହି ଉତ୍ସବ ପାଳନର ତଦାରଖ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ ୧୯୯୯ ଜୁଲାଇ ୨୬ ତାରିଖରେ ଭାରତୀୟ ସଶସ୍ତ୍ର ବାହିନୀ କାରଗିଲରେ ପାକିସ୍ତାନକୁ ପରାସ୍ତ କରିଥିଲେ । ସେବେଠାରୁ ଏହି ଦିବସକୁ କାରଗିଲ ବିଜୟ ଦିବସ ଭାବରେ ପାଳନ କରାଯାଉଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories