ବ୍ୟାଙ୍କ ସାମ୍ନାରୁ ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଲେ ୫ ଲକ୍ଷ ୬୦ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ଜୟପ୍ରକାଶ ନଗର ଛକରୁ ବଡଧରଣର ଲୁଟ୍ । ଗାଡି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଯାହାର ଭିଜୁଆଲ ସିସି ଟିରେ କଏଦ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ସୁନାଦେଇ ଗାଁର କୃଷ୍ଣ ମହାରଣା ବୋଲି ଜଣାପଡିଛି। କୃଷ୍ଣ ଆକ୍ସିସ୍ ବ୍ୟାଙ୍କରୁ ୫ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ବାହାରକୁ ଆସି ବାଇକ ଡିକିରେ ରଖିଥିଲେ। ଏହାପରେ କୌଣସି ଏକ କାମ ପାଇଁ ପାଖ ଦୋକାନକୁ ଯାଇଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଲୁଟ ବେଳର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଏ ନେଇ କୃଷ୍ଣ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୈଦ୍ୟନାଥପୁର ଥାନା ପୁଲିସ୍ ସିସିଟିଭ ଫୁଟେଜ ଜବତ କରି ଅଭିଯୁକ୍ତକୁ ଚିହ୍ନଟ ପାଇଁ ଉଦ୍ୟମ କରୁଛି ।

Comments are closed.