ସମ୍ବଲପୁର : ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ଦ୍ୱାରା ନଦୀକୂଳ (ଦି ରିଭର ସ୍କୁଲ) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପରିବେଶବିତ ରଞ୍ଜନ ପଣ୍ଡା ଓ ସମ୍ବଲପୁର ଗ୍ରେଟର କ୍ଲବ ଦ୍ୱାରା ମିଳିତ ଭାବରେ ବିଶ୍ୱ ନଦୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। ଏଥିରେ ଓଡିଶାର ଜଳ ପୁରୁଷ ରୂପେ ପରିଚିତ ପରିବେଶବିତ ରଞ୍ଜନ ପଣ୍ଡା ମହାନଦୀର ଗୁରୁତ୍ୱ ଓ ମନୁଷ୍ୟର ଜୀବନ ଉପରେ ଏହାର ପ୍ରଭାବ ସର୍ମ୍ପକରେ ଦୀର୍ଘ ସମୟ ଧରି ସମସ୍ତଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ମହାନଦୀ କୂଳରେ ଆୟୋଜିତ ହୋଇଥିବା ବେଳେ ଏଥିରେ ବୈଦିକ ଇନ୍ଟରନ୍ୟାସନାଲ ସ୍କୁଲ, କନଭେନ୍ଟ ସ୍କୁଲ, ଡିପିଏସ, ଜିଲାସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଗୁରୁନାନକ ପବ୍ଲିକ ସ୍କୁଲ, ଆଇପିଏସ ସ୍କୁଲ ଆଦିର ୩୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ମହାନଦୀର ଗୁରୁତ୍ୱ ଉପରେ ସଚେତନ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ବୁର୍ଲା ସ୍ଥିତ ଜଳ କ୍ରୀଡା କେନ୍ଦ୍ର ଠାରେ ଛାତ୍ରଛାତ୍ରୀ ମାନେ ଏହାର ଆନନ୍ଦ ନେଇଥିଲେ । ବିଶ୍ୱ ନଦୀ ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ ନଦୀର ଉପକାରିତା, ମହତ୍ୱ ଓ ଗୁରୁତ୍ୱପୁର୍ଣ୍ଣ ଭୂମିକା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରି ଆଗାମୀ ପିଢ଼ିଙ୍କୁ ଏହାର ସଂରକ୍ଷଣ ନିମନ୍ତେ ପ୍ରେରିତ କରି ପରିବେଶ ଓ ଜଳ ସୁରକ୍ଷା କରିବା ମୁଖ୍ୟ ଲକ୍ଷ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସମ୍ବଲପୁର ଗ୍ରେଟର କ୍ଲବର ସଭାପତି ପ୍ରମୋଦ ଅଗ୍ରୱାଲ, ସମ୍ପାଦକ ଆନନ୍ଦ ମିଶ୍ର, ପ୍ରକଳ୍ପ ଚେୟାରମେନ ଜିଜି ଜୋଶେଫ, ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସମେତ ଭଗତ ସିଂ, ଗୌରଭ କେଡିଆ, ଲିପିକା ଦାଶ, ଉର୍ମିଳା ବେହେରା, ସୁନିତା, ତ୍ରିଶା ରାଣୀ, ବିଲାଲ ମଲିକ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସକ୍ରିୟ ସହାୟତା କରିଥିଲେ।




