www.samajalive.in
Monday, December 15, 2025
14.1 C
Bhubaneswar

ଗୋଡଭଗା ଭାରତ ଗ୍ୟାସ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନାରେ ଥିବା ଏକ ଭାରତ ଗ୍ୟାସ ଶାଖା ଦୋକାନରେ ଗତ୧୨ ତାରିଖ ରାତିରେ ଗ୍ୟାସ ଟାଙ୍କି ଫାଟି ବିସ୍ପୋରଣ ଘଟି ସମ୍ପୂର୍ଣ ତିନୋଟି ଦୋକାନ ଚୂର୍ ମାର୍ ହୋଇ ଥିବା ବେଳେ ଅଞ୍ଚଳରେ ଭୟର ଆତଙ୍କ  ଖେଳିଯାଇଥିଲା । ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ହୋଇ ପଡ଼ିଥିଲା ଗ୍ୟାସ ଦୋକାନ କର୍ମଚାରୀ ପାହାରଶ୍ରିଗିଡା ଚମାର ପଡ଼ାର ଈଶ୍ୱର ଖଣ୍ଡା। (୨୨)। ତାଙ୍କୁ  ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଡଭଗା ପୁଲିସ ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ବଡ଼ ଡାକ୍ତର ଖାନାକୁ ପଠାଇଥିଲେ। କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସୁଧୁରି ନଥିଲା। ଫଳରେ ତାଙ୍କୁ  ରାଉରକେଲା ସ୍ଥିତ ଆଇଜି ଏଚ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ବାପା  ଦାମୋଦର ଖଣ୍ଡା ତାଙ୍କ ପଖରେ ଉପସ୍ଥିତ ଥିଲେ। ଏମିତି ଆକସ୍ମିକ ଦୁର୍ଘଟଣା ଘଟି  ଧନ ଜୀବନ ନଷ୍ଟ ହେବାର  ସମ୍ଭାବନା ଥାଏ ବୋଲି  ସାଧାରଣତଃ ଏହି ଦୋକାନ ଜନ ଗହଳିରୁ ଦୂରରେ ତଥା ଆଖପାଖ ଖୋଲା ଥିବା ସ୍ଥାନରେ କରିବାକୁ ନିର୍ଦ୍ଦେଶ ରହିଛି । ମାତ୍ର ଏମିତି କମ୍ପ୍ଲେକ୍ସ ଭିତରେ  ଗ୍ୟାସ ବିକ୍ରି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ଅତାବିରା ତଥା ଗୋଡଭଗା ଅଞ୍ଚଳର ଗାଁ ଗଣ୍ଡା ଓ ସହର ମଝିରେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ତଥା କିଛି ସ୍ବାର୍ଥ ଲାଳସା ଯୋଗୁଁ ଏହିଭଳି ରାସାୟନିକ ପଦାର୍ଥ ଗୁଡ଼ିକର ବେନିୟମ କାରବାର ବୃଦ୍ଧି ପାଇବା ସହ କେତେବେଳେ ଯେ କେଉଁ ଅଘଟଣ ନଘଟିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories