www.samajalive.in
Sunday, December 14, 2025
23.1 C
Bhubaneswar

 ମଦମୁକ୍ତ ପଞ୍ଚାୟତ ପାଇଁ ବୈଠକ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତ ମା’ ପାଟଖଣ୍ଡା ମହିଳା ସଂଘ ପକ୍ଷରୁ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଡୁତୁଲି ପଞ୍ଚାୟତର ସମସ୍ତ ମହିଳା ଏସଏଚଜି ସଦସ୍ୟ ମାନେ ଉପସ୍ଥିତ ରହି, ଗ୍ରାମରେ ସମ୍ପୂଣ୍ଣ ମଦ ବିକ୍ରୟ ବନ୍ଦ କରିବା ନିମନ୍ତେ ବୈଠକରେ ଆଲୋଚନା କରିଥିଲେ। ଏହା ସହ ଆଗାମୀ ଦିନରେ ୧୪ଟି ପଞ୍ଚାୟତରେ ଏଭଳି ମଦମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ ବୈଠକ ନିଷ୍ପତ୍ତି ଗ୍ରହଣ କରାଗଲା। ଯଦି କେହି ମଦ ବିକ୍ରୟ କରେ ତେବେ ସେହି ବ୍ୟକ୍ତି ନାମରେ ଥାନାରେ ଏତଲା ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରିଚନ୍ଦ୍ର ମଲିକ, ମହାସିଂ ସରପଞ୍ଚ ରଞ୍ଜିତ କୁମାର ମଲିକ,ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ, ସାରଙ୍ଗଡ ସରପଞ୍ଚ ବରୁଣ କହଁର, ଶିଳାରାଣୀ ବେହରଦଳାଇ, ଗାଁ ମୁଖିଆ ଚାଙ୍ଗୁଆ ପାତ୍ର, ସୁଜିତ କୁମାର ବେହରଦଳାଇ,ୱାର୍ଡ଼ ସଭ୍ଯ ଗିଦି ଦିଗାଲ ଗ୍ରାମବାସୀ ସାମିଲ୍ ହୋଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories