www.samajalive.in
Sunday, December 7, 2025
23.1 C
Bhubaneswar

କର୍ଫ୍ୟୁ ଯୋଗୁଁ ମଧ୍ୟରାତ୍ର ଉତ୍ସବ ଫିକା

ଭୁବନେଶ୍ବର: ଯଦିଓ ବିପଦ ଟଳିନି; ଖସିଲା କରୋନା ସଂକ୍ରମଣ। କିଛି କ୍ଷେତ୍ରକୁ ବାଦ୍ ଦେଇ ବାକି ସବୁ କ୍ଷେତ୍ର ଖୋଲିବାକୁ ସରକାର ଜାନୁୟାରୀ ମାର୍ଗଦର୍ଶିକାରେ ଘୋଷଣା ବି କରିଥିଲେ। ୨୦୨୦ ମାର୍ଚ୍ଚରୁ କୋଭିଡ କଟକଣା ଭିତରେ ଛଟପଟ ଲୋକେ ବର୍ଷର ଶେଷଦିନ (ଡିସେମ୍ବର ୩୧ ରାତି ୧୨ଟା)ରେ ଟିକିଏ ମଉଜ କରିବାକୁ ଭାବୁଥିଲେ। କିନ୍ତୁ ଦିଲ୍ଲୀ ଓ ମୁମ୍ବଇ ଭଳି ଓଡ଼ିଶାରେ ଡିସେମ୍ବର ୩୧ ରାତି ଲାଗି ଜାରି ହୋଇଗଲା ରାତିକାଳୀନ କର୍ଫ୍ୟୁ। ୩୧ ଡିସେମ୍ବର ରାତି ୧୦ରୁ ପରଦିନ(ଜାନୁୟାରୀ ୧) ସକାଳ ୫ଟା ପର୍ୟ୍ୟନ୍ତ ୭ ଘଣ୍ଟିଆ କର୍ପ୍ୟୁ ଜାରି କଲେ ସରକାର। ଫଳରେ ଜିରୋନାଇଟ୍ ସେଲିବ୍ରେସନ୍ କଥା ଛାଡ଼; ରାତିରେ ଘରୁ ଜରୁରୀ କାର୍ୟ୍ୟ ନଥାଇ ବାହାରିବା ଉପରେ ଲାଗିଲା କଟକଣା। ରାତି ୧୦ଟା ବାଜିବା ପୂର୍ବରୁ ବନ୍ଦ ହୋଇଗଲା ଦୋକାନ ବଜାର। ମହାନଗରଠୁ ଛୋଟ ଛୋଟ ସହରର ସଡ଼କରେ ଛାଇଗଲା ଶୂନ୍ୟତା। ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିବାକୁ ଥିବା ହୋଟେଲ, ରେସ୍ତୋରାଁ, ଫୁଲ ବେପାରୀ, ମିଠା ଦୋକାନୀଙ୍କ ପର୍ୟ୍ୟନ୍ତ ସବୁକିଛି ବେପାର ମାନ୍ଦା ପଡିଥିବା ଦେଖିବାକୁ ମିଳିଥିଲା। ଲକ୍ଡାଉନ୍ ଓ ସଟ୍ଡାଉନ୍ ବେଳେ ଅମାନିଆଙ୍କ ପାଇଁ ପୁଲିସ ଶୃଙ୍ଗଳାଗତ ଦଣ୍ଡବିଧାନ ବ୍ୟବସ୍ଥା ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ଦେଇନଥିଲା। କେହି କୁଆଡେ ବାହାରିପାରିଲେନି। କଟକଣା ଯୋଗୁଁ ଜିରୋନାଇଟ୍ ସେଲିବ୍ରେସନ୍ ବି ବନ୍ଦ ରହିଲା।

କରୋନା ମାଡ଼ରେ ବିପର୍ୟ୍ୟସ୍ତ ହୋଟେଲ ଓ ରେସ୍ତୋରାଁ ବର୍ଷର ଶେଷଦିନରେ ଯେଉଁ ବେପାର ପାଇଁ ଆଶା କରିଥିଲା ତାହା ବି ଫିକା ପଡିଲା। କିଛି ଅମାନିଆ କର୍ଫ୍ୟୁ ସତ୍ତ୍ବେ ବାହାରକୁ ବାହାରିବା ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସର କଡ଼ା ପ୍ରହରା ଓ ନାକାବନ୍ଦୀ ଯୋଗୁଁ ଅମାନିଆଙ୍କୁ ହଟହଟା ହେବାକୁ ପଡିଥିଲା। ବିଭିନ୍ନ ସ୍ଥାନରେ ପୁଲିସ ସେମାନଙ୍କୁ ଅଟକାଇବା ସହ କଡ଼ା ତାଗିଦ୍ ମଧ୍ୟ କରିଥିଲେ। କେତେକ ଅଭ୍ୟାସଗତ ଅମାନିଆଙ୍କୁ ଥାନାରେ ରାତି କଟାଇବାକୁ ପଡିଥିବା ଦେଖାଯାଇଥିଲା। ମିଠା ଠାରୁ ଫୁଲ ଦୋକାନୀ ପର୍ୟ୍ୟନ୍ତ ଦିନବେଳା ବେଶ୍ କିଛି ବେପାର କରିଥିଲେ ମଧ୍ୟ ରାତି ବେପାର ମାନ୍ଦା ପଡିଯାଇଥିଲା। ରାତି ୧୨ଟା ପରେ ନୂଆବର୍ଷକୁ ସ୍ବାଗତକରି ପାର୍ଟି ଆୟୋଜନ ଲାଗି ଆଗରୁ ପ୍ରସ୍ତୁତି କରିଥିବା ଗୋଷ୍ଠୀଙ୍କ ଲାଗି ଇଂରାଜୀ ନୂଆବର୍ଷ ପାଳନରେ ୧୪୪ ଧାରା ଟାଣିଥିଲା ଲକ୍ଷ୍ମଣରେଖା। ଭୋଜିର ଆୟୋଜନ ସହ ନାଚଗୀତରେ ଲାଗିଗଲା ଅଙ୍କୁଶ। ସବୁକିଛି ଫିକା ପଡିଥିଲା; ଆଉ ସହର ଲାଗୁଥିଲା ଖାଁ ଖାଁ। ସତେଯେମିତି ଶ୍ମଶାନର ଶୂନ୍ୟତା।

- Advertisement -

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କାଳେ ନବବର୍ଷର ସ୍ବାଗତ ଉତ୍ସବ ଭିଡ଼ ବଢାଇବ ଓ ପରିସ୍ଥିତିକୁ ଅଧିକ ବିଗାଡିବ ସେହି ଆଶଙ୍କାରେ ରାଜ୍ୟ ସରକାର ପ୍ରତିଶେଷଧ ବ୍ୟବସ୍ଥା ସ୍ବରୂପ ରାଜ୍ୟରେ ୭ଘଣ୍ଟିଆ କର୍ଫ୍ୟୁ ଜାରି ଲାଗି ଗୁରୁବାର ପୂର୍ବାହ୍ଣରେ ନିଷ୍ପତ୍ତି କରିଥିଲେ। ଡିସେମ୍ବର ୩୧ ତାରିଖ ରାତି ୧୦ଟାରୁ ଇଂରାଜୀ ନବବର୍ଷର ପୂର୍ବାହ୍ନ ୫ଟା ପର୍ୟ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବା ନେଇ ସରକାରଙ୍କ ଘୋଷଣା ପରେ ଏହି ଖବର ସାରା ରାଜ୍ୟକୁ ବିଜୁଳି ବେଗରେ ପ୍ରସାରିତ ହୋଇଥିଲା। ଏହି ସମୟ ମଧ୍ୟେର କୌଣସି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ୟ୍ୟାଳୟ କିମ୍ବା ସାଧାରଣ ଲୋକଙ୍କ ଯାତାୟାତ ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଏନେଇ ଏସଆରସି ପ୍ରଦୀପ ଜେନା କହିଥିଲେ ଯେ, ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ନୂତନ ବର୍ଷ ଲାଗି ‘ଜିରୋ ନାଇଟ’ ଉତ୍ସବକୁ ରାଜ୍ୟବାସୀ ପାଳନ କରିଥାନ୍ତି। ହେଲେ ଚଳିତବର୍ଷ କୋଭିଡ଼ ମହାମାରୀର ଭୟାନକ ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କାର୍ୟ୍ୟାଳୟରେ ଯେଭଳି ଲୋକଙ୍କ ଭିଡ଼ ନ ହେବ ସେଥିଲାଗି କର୍ଫ୍ୟୁ ଜାରି କରାଯାଇଛି।

ଏହି ସମୟ ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମର କର୍ମଚାରୀମାନେ ଯାତାୟାତ କରିପାରିବାକୁ ଦିଆଯାଇଥିଲା ଅନୁମତି। ଏହାସହିତ ଜରୁରୀ କାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ଲାଗି ରହିଥିଲା ଅନୁମତି। ମାତ୍ର ସାଧାରଣ ଲୋକଙ୍କୁ ଯିବାଆସିବାରେ ବାରଣ କରାଯାଇଥିଲା। ଯଦି କୌଣସି ବ୍ୟକ୍ତି ସରକାରଙ୍କ ଏହି ନିର୍ଦେଶନାମାର ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ବିପର୍ୟ୍ୟୟ ଓ ମହାମାରୀ ଆଇନ-୨୦୦୫ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଶ୍ରୀ ଜେନାଙ୍କ ବିବୃତି ନୂଆବର୍ଷକୁ ସାଙ୍ଗସାଥୀ ହୋଇ ବାହାରେ ପାଳିବା ମଉଜକୁ ଫିକା ପକାଇଥିଲା। ମହାମାରୀ ବର୍ଷର ଶେଷଦିନ ବି ବିତିଥିଲା କରୋନାର କଡ଼ା କଟକଣାରେ। ତେବେ ସରକାରଙ୍କ ଏହି କଟକଣାକୁ ବୁଦ୍ଧଜୀବୀ ମହଲରେ ସ୍ବାଗତ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories