www.samajalive.in
Monday, December 15, 2025
17.1 C
Bhubaneswar

ଆସନ୍ତାକାଲି ଦେଶ ପାଳନ କରିବ ୭୫ତମ ଗଣତନ୍ତ୍ର ଦିବସ

ଡେସ୍କ: ଆସନ୍ତାକାଲି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ଆସନ୍ତାକାଲି ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ। ପ୍ୟାରେଡ଼ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ସମାରୋହରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଏକତା ଏବଂ ପ୍ରଗତି, ମହିଳା ଶକ୍ତି ଏବଂ ସାମରିକ ଶକ୍ତି ପ୍ରଦର୍ଶନ କରାଯିବ। ଗଣତନ୍ତ୍ର ଦିବସ ପ୍ୟାରେଡ଼ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ୟାରେଡ ଦେଖିବା ପାଇଁ କର୍ତ୍ତବ୍ୟ ପଥରେ ଅଭିବାଦନ ମଞ୍ଚକୁ ଯିବେ।

‘ବିକଶିତ ଭାରତ’ ଏବଂ ‘ଭାରତ – ମଦର ଅଫ୍ ଡେମୋକ୍ରାସି’ର ଯୁଗ୍ମ ଥିମ୍ ଉପରେ ଆଧାର କରି ପ୍ରାୟ ୧୩ ହଜାର ସ୍ୱତନ୍ତ୍ର ଅତିଥି ଏହି ବର୍ଷର ପ୍ୟାରେଡରେ ଅଂଶଗ୍ରହଣ କରିବେ। ସମସ୍ତ ବର୍ଗର ଲୋକମାନେ ଏହି ଜାତୀୟ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories