www.samajalive.in
Monday, December 8, 2025
14.1 C
Bhubaneswar

ରାତିରେ ଦେଖିଲେ ଦେହ ଥରୁଛି, ସମ୍ପୂର୍ଣ୍ଣ ହେଉନି ପୋଲ ନିର୍ମାଣ କାର୍ଯ୍ୟ, ଅର୍ଦ୍ଧ ନିର୍ମିତ ପୋଲ ଯୋଗୁ ଯାଇପାରେ ମୂଲ୍ୟବାନ ଜୀବନ

ରେଙ୍ଗାଲିକ୍ୟାମ୍ପ – ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି କାର୍ଯ୍ୟାଳୟ ରୁ ମାତ୍ର ୪୦୦ ମିଟର ଦୂର ତିଆରି ହେଉଛି ନୂଆ ପୋଲ । ଅତାବିରା ଜାତୀୟ ରାଜପଥ ସହ ଝିଲିମିଣ୍ଡା ଏହି ପୋଲଟିକୁ ନିର୍ମାଣ ଆରମ୍ଭ ହେବାର ପାଖାପାଖି ଗୋଟିଏ ବର୍ଷ ପୂରିବା ଉପରେ ,ପୁରୁଣା ବଦଳରେ ନୂଆ ତିଆରି ହେଉଛି । ହେଲ ଏଥିରେ ଅହେତୁକ ବିଳମ୍ବ ।ତଥାପି ସମୂର୍ଣ୍ଣ୍ ହୋଇନି ଏହି ସେତୁ ବା ପୋଲ । ଆରମ୍ଭ ଦିନରୁ ଏହି ସେତୁ ର ନିମ୍ନ ମାନର କାମକୁ ନେଇ ଜନ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି । ଠିକ୍ ସମୟରେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ତଥା ଉନ୍ନତ ମାନର କାମ ହେବା ପାଇଁ ଅନେକଥର ଜିଲ୍ଲାପାଳ ମଧ୍ୟ ତାଗିଦ କରି ସାରିଛନ୍ତି । ଖବର କାଗଜ ତଥା ଅନ୍ୟାନ୍ୟ ଗଣ ମାଧ୍ୟମରେ ଏହାର ନିମ୍ନ ମାନର କାମକୁ ନେଇ ସମାଲୋଚନା ମୂଳକ ଖବର ପ୍ରକାଶିତ ହୋଇଛି ।

ଯଥା ପୂର୍ବମ୍ ପରି ଅଧାଗଢ଼ା ହୋଇ ପଡ଼ି ରହିଛି । ଏହି ପୋଲ ଅଢେଇ କୋଟି ବ୍ୟୟ ଅଟକଳରେ ତିଆରି ହେଉଅଛି ।ଏହି ପୋଲ ତିଆରି କରିବା ପାଇଁ ପାର୍ଶ୍ଵରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ଲୋକଙ୍କ ଯିବା ଆସିବା ପାଇଁ ,କିନ୍ତୁ ନିକଟ ଅତୀତରେ ଲଘୁଚାପ ବର୍ଷାରେ ସେହି ଅସ୍ଥାୟୀ ପୋଲଟି ଭୁଶୁଡ଼ି ଯାଇ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।ତେଣୁ ବାଧ୍ୟ ହୋଇ ଲୋକେ ଏହି ଅର୍ଦ୍ଧ ନିର୍ମିତ ସେତୁ ଦେଇ ଯିବା ଆସିବା କରିଥିଲେ ।କିନ୍ତୁ ସେତୁ ଟି ର ଅବସ୍ଥା ଯାହା ହୋଇଛି ,ଯଦି ଟିକିଏ ଅସାବଧାନ ହେଲେ ଜୀବନ ଯିବ । ସେତୁ ର ଦୁଇ ପାର୍ଶ୍ଵରେ ଗାର୍ଡ ୱାଲ୍ କରାଯାଇ ନାହିଁ ।ସେତୁ ଉପରେ ବାଲି ଗେଟି ପଡ଼ି ରହିବା ଫଳରେ ବଡ ବଡ଼ ଯାନ ଗୁଡ଼ିକ ଯିବା ଆସିବା ବେଳେ ବା ଦୁଇଟି ଗାଡ଼ି ଏକା ସାଙ୍ଗରେ ଅତିକ୍ରମ କରିବାରେ ଅସୁବିଧା ହେଉଛି । ଉଚ୍ଚତା ଅଧିକ ହୋଇଥିବାରୁ ଉଭୟ ପାର୍ଶ୍ଵରେ ଉଠାଣି ଓ ଗଡାଣୀ ଅଧିକ ହୋଇଛି । ଏହା ବ୍ୟତୀତ ଅତାବିରା ପଟରୁ ଯିବା ବେଳେ ଡାହାଣ ପାର୍ଶ୍ଵରେ ମାଟି କିମ୍ବା ମେଟାଲ ପଡ଼ି ନ ଥିବାରୁ ବିରାଟ ଗର୍ତ୍ତ ହୋଇଛି ।ଦେଖିଲେ ଦେହ ଥରି ଉଠୁଛି । ରାତିରେ ଅନ୍ଧାରରେ ଯିବା ବେଳେ ଯଦି ଅଜଣା ଲୋକ ହୋଇଥାଏ ବା ଟିକିଏ ଅସlବଧlନ ହେଲେ ଏହି ଗର୍ତ୍ତରେ ପଡ଼ିଯିବlର୍ ସମ୍ଭାବନା ଅଧିକ ରହୁଛି । ସକାଳ ପlହିଲେ ଏହି ରାସ୍ତା ଦେଇ ଅନେକ ସ୍କୁଲ୍ ବସ ,ପରିବା ବୋଝେଇ ଯାନ,ପେଟ୍ରୋଲ ଟ୍ୟାଙ୍କର ,ତଥା ଧାନ ବୋଝେଇ ଟ୍ରକ ଗୁଡ଼ିକ ଯିବା ଆସିବ କରୁଛି ।ତଥାପି ଠିକାଦାର ଓ ଯନ୍ତ୍ରୀ ଙ୍କ ଖାମ୍ ଖିଆଲି ମନୋଭାବ ଯାଇନି ।ଏପରିକି କାମ ଆରମ୍ଭ ଦିନରୁ ଯନ୍ତ୍ରୀଙ୍କର ଦେଖା ଦର୍ଶନ ନାହିଁ । ଆର୍‌ଡି ବିଭାଗର ରାସ୍ତା ହୋଇଥିଲେ ମଧ୍ୟ ଏନ୍ ଏ ସି ପରିସର ଭୁକ୍ତ ଅଟେ ।ତେଣୁ ଏନ୍ ଏ ସି କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେବା କଥା ।

- Advertisement -

କିନ୍ତୁ ଏନ୍ ଏ ସି ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ଯାହା ଫଳରେ ଦିନକୁ ଦିନ ଜଣ ଅସନ୍ତୋଷ ବଢିବାରେ ଲାଗିଛି । କେବଳ ସେତିକି ନୁହେଁ ,ଏହି ଆର୍ ଡି ରାସ୍ତା ଟି ମଧ୍ୟ ଅଧl କାମ ହୋଇ ପଡ଼ି ରହିଛି ।ରାସ୍ତାର ର ଗୋଟିଏ ପଟେ କାମ ହୋଇ ଉଚ୍ଚ ହୋଇଛି ତ ଅନ୍ୟପଟେ କାମ ନ ହୋଇ ଖାଲ ହୋଇ ରହିଛି । ତେଣୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଜିଲ୍ଲାପାଳ ଙ୍କ ପରିଦର୍ଶନ ବେଳେ ଏହି ସେତୁ କୁ ସେପ୍ଟେମ୍ବର ମାସ ପୂର୍ବରୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜିଯାଏଁ ଅର୍ଦ୍ଧ ନିର୍ମିତ କାମ ସମ୍ପୂର୍ଣ ହୋଇପାରି ନଥିବା ପଛରେ ଠିକାଦାର ଓ ଯନ୍ତ୍ରୀ ଙ୍କ ଉପରେ ଜନ ସାଧାରଣଙ୍କ ଅସନ୍ତୋଷ ପ୍ରକଟ କରିଛନ୍ତି । ତଥାପି ଠିକାଦାର ଓ ସଂପୃକ୍ତ ଯନ୍ତ୍ରୀ ଙ୍କ ଏମିତି ଅବହେଳା ପଛରେ ଥିବା ରହସ୍ୟ ଜଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ତେବେ ଅlର୍ଡି ବିଭାଗ ଏଥିପାଇଁ କଠୋର ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories