www.samajalive.in
Sunday, December 14, 2025
19.1 C
Bhubaneswar

ଖରାଦିନେ ଘରେ ବନାନ୍ତୁ ଥଣ୍ଡାଈ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକୀୟ ସାମଗ୍ରୀ; କ୍ଷୀର ୧ ଲିଟର, ଚିନି ଦେଢ କପ୍, କାଜୁ ୫୦ ଗ୍ରାମ୍, ଆଲମଣ୍ଡ ୬୦ ଗ୍ରାମ୍, ପିସ୍ତା ବାଦାମ୩୦ ଗ୍ରାମ୍, ପାନମହୁରୀ ୩୦ ଗ୍ରାମ୍, ଚାରୁମଗଜ ୫୦ ଗ୍ରାମ୍, (ଗୁଜୁରାତି, ଅଳେଇଚ ଓ ଡାଲଚିନ ୫ ଗ୍ରାମ) ଏବଂ କେଶର ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଫୁଟିବା ପାଇଁ ଚୁଲାରେ ବସାଇ ଦିଅନ୍ତୁ । କ୍ଷୀର ଟିକେ ଫୁଟି ଆସିଲେ ସେଥିରେ ଚିନି ଓ କେଶର ପକାଇ ଗୋଳା ଦିଅନ୍ତୁ ।

- Advertisement -

କ୍ଷୀର ଫୁଟିବା ବେଳେ ଏହି ସମୟରେ ଅନ୍ୟ ସାମଗ୍ରୀକୁ ଗ୍ରାଇଣ୍ଡରରେ ପାଣି ଦେଇ ବାଟି ଦିଅନ୍ତୁ ବା ଶୁଖିଲା ବାଟି ପାଉଡର କରି ଦିଅନ୍ତୁ । ଆପଣ ଚାହିଁଲେ ଏହି ପାଉଡରକୁ ୨ ସପ୍ତାହ ଷ୍ଟୋର କରି ରଖି ପାରିବେ ।

କିଛି ସମୟ କ୍ଷୀର ଫୁଟିଗଲେ ଗ୍ୟାସ୍ ଆଞ୍ଚ କମ୍ କରି ସେଥିରେ ବଟା ଡ୍ରାଏ ଫ୍ରୁଡସ୍ ବା ପାଉଡରକୁ ପକାଇ ଗୋଳାନ୍ତୁ । କମ୍ ଆଞ୍ଚରେ ୧୦ ମିନିଟ୍ ଫୁଟିଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ଏହାକୁ ଗ୍ଲାସକୁ କାଢି ଆଣି ୧ରୁ ୨ଘଣ୍ଟା ଯାଏଁ ଫ୍ରିଜରେ ରଖି ଦିଅନ୍ତୁ । ଦୁଇ ଘଣ୍ଟା ପରେ ଥଣ୍ଡାଈ ପ୍ରସ୍ତୁତ ହୋଇ ଯାଇଥିବ । ସେଥିରେ ସଜାଇବା ପାଇଁ ଅଳ୍ପ କେଶର ଓ ପିସ୍ତା ବାଦମ ପକାଇ ନିଜେ ପିଅନ୍ତୁ ଓ ଅନ୍ୟକୁ ପିଆନ୍ତୁ ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories