www.samajalive.in
Sunday, December 14, 2025
26.1 C
Bhubaneswar

୧୧ ବର୍ଷୀୟ ଯଥାର୍ଥ; ମନେ ରଖିଛନ୍ତି ୨୧୫ଟି ରାଷ୍ଟ୍ରର ଜାତୀୟ ସଙ୍ଗୀତ

ବେଙ୍ଗାଲୁରୁର ୧୧ ବର୍ଷର ସ୍କୁଲ ଛାତ୍ର ନିଜର ନିଆରା ପ୍ରତିଭା ପାଇଁ ପ୍ରତିଷ୍ଠିତ ଲିମ୍‌କା ବୁକ୍‌ସ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁର ଏକ ସ୍ଥାନୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ନାମ ଯଥାର୍ଥ ଏମ୍‌। ଏତେ କମ୍‌ ବୟସରେ ସେ ୨୧୫ଟି ରାଷ୍ଟ୍ରର ଜାତୀୟ ସଙ୍ଗୀତ ମନେ ରଖି ଗାନ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ପ୍ରାୟ ୧୦୦ଟି ଦେଶର ଜାତୀୟ ସଙ୍ଗୀତ ଇଂରାଜୀ ବ୍ୟତୀତ ଅନ୍ୟ ଭାଷାରେ ଲେଖାଯାଇଛି।
ଯଥାର୍ଥଙ୍କ ଏହି ନିଆରା ଉପଲବ୍ଧି ସମ୍ପର୍କରେ ତାଙ୍କ ମା’ ଶିଳ୍ପା କୁହନ୍ତି ଯେ, ପୁଅ କିଛି ବର୍ଷ ତଳେ ସ୍କୁଲରେ ସଙ୍ଗୀତ ଶିକ୍ଷକଙ୍କଠାରୁ ଜାତୀୟ ସଙ୍ଗୀତ ଗାନ ଶିକ୍ଷା ଲାଭ କରିଥିଲା। ପରେ ସଙ୍ଗୀତ ଶିକ୍ଷକ ଯଥାର୍ଥଙ୍କୁ ଜାପାନ, ଶ୍ରୀଲଙ୍କା ଓ ନେପାଳ ଭଳି ଦେଶର ଜାତୀୟ ସଙ୍ଗୀତ ଶିଖେଇବା ଅଭ୍ୟାସ କରାଇଥିଲେ। ତେବେ ଆଉ କେତେକ ଦେଶର ଜାତୀୟ ସଙ୍ଗୀତ ଶିକ୍ଷା ଦେବା ପାଇଁ ଶିକ୍ଷକଜଣକ ସ୍ପଷ୍ଟ ମନା କରି ଦେଇଥିଲେ। ମାତ୍ର ଶିଖିବାର ଆଗ୍ରହ ଯଥାର୍ଥଙ୍କୁ ନୂଆ ଆଶା ଦେଖାଇଥିଲା। ନିଜେ ଇଣ୍ଟରନେଟ ସହାୟତାରେ ପ୍ରତିଦିନ ବିଭିନ୍ନ ଦେଶର ଜାତୀୟ ସଙ୍ଗୀତ ଶିକ୍ଷା ଲାଭ କରିବାର ପ୍ରୟାସ ଚଳାଇଥିଲେ। ଏଯାବତ୍‌ ସେ ୨୧୫ଟି ଦେଶର ଜାତୀୟ ସଙ୍ଗୀତ ମନେ ରଖି ପାରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବେ ଏବଂ ଯଥାର୍ଥଙ୍କ ପରବର୍ତ୍ତୀ ଲକ୍ଷ୍ୟ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ବୋଲି ସେ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories