www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟପ୍ରହରୀ ନାମଯଜ୍ଞ ଭୋଜି ଖାଇ ୯୦ ଅସୁସ୍ଥ

ପିପିଲି: ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଭୋଜି ଖାଇ ୯୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତିି। ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାତଶଙ୍ଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୋଟଳ ଗ୍ରାମରେ ଗତ ୨୫ ତାରିଖ ସନ୍ଧ୍ୟାରେ ଅଷ୍ଟପ୍ରହର ନାମଯଜ୍ଞର ଭୋଜି ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ପୁରୁଷ, ମହିଳା ଓ ଶିଶୁମାନେ ଭୋଜି ଖାଇଥିଲେ। ତେବେ ୨୬ ତାରିଖ ସକାଳୁ ସେମାନଙ୍କ ପେଟ ମୋଡି ହେବା ସହ ଝାଡା, ବାନ୍ତି ଓ ଜ୍ୱର ହୋଇଥିଲା। ୩୭ଜଣଙ୍କୁ ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କେତେକଙ୍କୁ ସାତଶଙ୍ଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଦିଲିପ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ୮ଜଣିଆ ମେଡିକାଲ୍‌ ଟିମ୍‌ ମଙ୍ଗଳବାର ପୂର୍ବାହ୍ନରେ ପୋଟଳ ଗ୍ରାମରେ ପହଞ୍ଚି ସେଠାରେ ୩୮ଜଣଙ୍କୁ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରିଥିଲେ। ଗୁରୁତର ଥିବା ୧୨ଜଣଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ରୋଗୀ ବିପଦମୁକ୍ତ ଥିବା ଡାକ୍ତର ବିଶ୍ୱାଳ ସୂଚନା ଦେଇଛନ୍ତି। ତେଇସିପୁର ସମିତିସଭ୍ୟ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାସ, ଜିଲା ପରିଷଦ ସଭ୍ୟା ରାଧାମଣୀ ପ୍ରଧାନ ପ୍ରମୁଖ ମଙ୍ଗଳପୁର ମେଡିକାଲ ଓ ପୋଟଳ ଗ୍ରାମରେ ପହଞ୍ଚି ସମସ୍ତ ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories