www.samajalive.in
Tuesday, December 9, 2025
15.1 C
Bhubaneswar

ଖୁଲମଖୁଲା ଚାଲିଛି ଜୁଆଖେଳ ଏବଂ ଗୋ ଚାଲାଣ; ନିଦାବିଷ୍ଣୁ ସାଜିଛି ପୁଲିସ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟଗୁଡ଼ିକରେ ଚାଲିଛି ଜୁଆ ଖେଳ। ଏଥିରେ ହଜାର ହଜାର ଟଙ୍କାର ବାଜି । ଜୁଆଖେଳ ନାଁରେ ଚାଲିଛି ହଜାର ହଜାର ଟଙ୍କାର ବେଆଇନ କାରବାର । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥାନାଠାରୁ ମାତ୍ର ତିନି ଶହ ମିଟର ଦୂରରେ ମହୁଲଡିହା ସାପ୍ତାହିକ ହାଟରେ ମଝିରେ ଏପରି ଖୁଲମଖୁଲା ଚାଲିଛି ଜୁଆଖେଳ । ସେହିପରି ନଂ ୫୩ ରାଜ୍ୟ ରାଜପଥ ମହୁଲଡିହା, ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ଦେଇ ଚାଲିଛି ଗୋ ଚାଲାଣ। ଏସବୁ ସମସ୍ତଙ୍କ ସାମ୍ନାରେ ପୁରା ଖୋଲାମେଲାରେ ଚାଲିଥିଲେ ମଧ୍ୟ ସବୁ ଜାଣି ନିଦାବିଷ୍ଣୁ ସାଜିଛି ପୁଲିସ । ମହୁଲଡିହା ଓ ଠାକୁରମୁଣ୍ଡା ଥାନା ଅଧିନରେ ଥିବା ବିଭିନ୍ନ ସାପ୍ତାହିକ ହାଟମାନଙ୍କରେ ଚାଲିଛି ଖୋଲାଖୋଲି ଜୁଆଖେଳ । ଏହି ଜୁଆଖେଳ ସ୍ଥାନୀୟ ଭାଷାରେ ଧୁଣ୍ଡି ପାଲି ଖେଳ ନାଁରେ ଜଣାଶୁଣା ।

ଏକ ଝୁଡିରେ କିଛି ଲୁଡୁ ଗୋଟି ରଖାଯାଇ ତାହାକୁ ନେଇ ଖେଳ କରିଥାନ୍ତି । ଆଉ କେଉଁଥର କେଉଁ ନମ୍ବର ଉପରେ ରହିବ ତାହା ନ ଦେଖି ଟଙ୍କା ବାଜି ଲଗାଉଛନ୍ତି ଲୋକେ । ଖୋଲାଖୋଲି ହାଟ ଭିତରେ ଏହି ଖେଳ ଚାଲିଥିବା ବେଳେ ପ୍ରତ୍ୟେକ ହାଟ ବାରିରେ ହଜାର ହଜାର ଟଙ୍କା ଏହି ଜୁଆଖେଳରେ ଉଡାଯାଉଛି । ହେଲେ ପୁଲିସ ଚଢାଉ କରୁନାହିଁ କିମ୍ବା ଜୁଆଖେଳକୁ ବନ୍ଦ କରୁନାହିଁ । ଯାହାଫଳରେ ଅଞ୍ଚଳରେ ଅନେକ ସମୟରେ ଅପରାଧ ମଧ୍ୟ ହେଉଥିବା ପୂର୍ବରୁ ନଜିର ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories