www.samajalive.in
Tuesday, December 9, 2025
19.1 C
Bhubaneswar

କମରେ ଆସୁନି ପାଣିଟାଙ୍କି

ଠାକୁରମୁଣ୍ଡା: ସରକାର ଗ୍ରାମାଞ୍ଚଳ ସ୍ବଚ୍ଛ ପାଣି ଯୋଗାଣ ପାଇଁ ପ୍ରତି ପଞ୍ଚାୟତର ବଡ ବଡ ଗାଁ ମାନଙ୍କରେ ପାନୀୟଜଳ ସୁବ୍ୟବସ୍ଥା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗଭୀର ନଳକୂପ ଖୋଳି ଓଭୋରହେଡ୍ ପାଣିଟାଙ୍କି ଯୋଗେ ସ୍ବଚ୍ଛ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହାର ସଫଳ ମିଳିପାରିନି ଗ୍ରାମବାସୀଙ୍କୁ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ତରାମରା ପଞ୍ଚାୟତ ତରାମରା ଗାଁରେ , ଚମ୍ପାଝର ପଞ୍ଚାୟତ ଚମ୍ପାଝର ଗାଁରେ ଓ ଜରକ୍ ପଞ୍ଚାୟତ ଘଣ୍ଟିଆଦର ଏବଂ ଜରକ ଗାଁରେ । ଏସବୁ ଗାଁରେ ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଚ୍ଚ ପାଣି ଟାଙ୍କି ଓ ପାଇପ୍ ବିଛା ହୋଇଥିଲେ ମଧ୍ୟ ଏହା କାମରେ ଆସୁନି।

ସେହିପରି ଜରକ ଗ୍ରାମରେ ସରକାରଙ୍କ ପକ୍ଷରୁ ଶୁଦ୍ଦ ପାନୀୟ ଜଳ ପାଇଁ ଓଭର ହେଡ୍ ଟାଙ୍କି , ଷ୍ଟାଣ୍ଡ ପୋଷ୍ଟ ଓ ଗାଁକୁ ପାଇପ୍ ବିଛାଯାଇଥିଲେ ମଧ୍ୟ ୭/୮ ବର୍ଷ ବିତି ଗଲାଣି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ ବୋଲି ଜରକ୍ ଗ୍ରାମବାସୀ ମାନେ ଅଭିଯୋଗ କରଛନ୍ତି। ଜରକ ଗ୍ରାମର ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଗୁଡିକରେ ଓଭର ହେଡ ଟ୍ୟାଙ୍କ, ଷ୍ଟାଣ୍ଡ ପୋଷ୍ଟ ଓ ପାଇପ୍ ବହୁବର୍ଷ ଆଗରୁ ବିଛା ଯାଇଥିଲେ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟାକାରୀ ହୋଇପାରିନି ପାନୀୟ ଜଳ ପ୍ରକଳ୍ପ।

- Advertisement -

ଗ୍ରାମରେ ସମୁଦାୟ ୧୫୦୦ ଅଧିକ ଲୋକ ବାସ କରୁଥିବା ବେଳେ ଦୁଇଟି ନଳକୂଅ ଯଥେଷ୍ଟ ହୋଇପାରୁନି ପାନୀୟଜଳ ପାଇଁ । ଏଣୁ ୬୦ ଭାଗ ପରିବାର ନିର୍ଭର କରନ୍ତି ନଦୀ ବା ନାଳ ଚୁଆ ପାଣି ଉପରେ ବୋଲି ଗ୍ରାମର ଦୁମ୍ବି ହୋ , ରବୀନ୍ଦ୍ର ଦେଓଗାମ, ଦେବେନ୍ଦ୍ର ହେମ୍ବ୍ରମ, ଶୁସାନ୍ତ ପୂର୍ତ୍ତି ,ସଞ୍ଜୟ ଗାଗରାଇ , ସରୋଜ ପାତ୍ର, କୃଷ୍ଣ ପାତ୍ରଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି। । ତେବେ ଏ ବିଷୟରେ ବିଭାଗିୟ ଜେଇଙ୍କୁ ପଚାରିବାରୁ ଇଲେକ୍ଟ୍ରୋରି ଓ ପମ୍ପ ଚାଳକ ସମସ୍ୟା ହେତୁ ପାଣିଟାଙ୍କିକୁ ପାଣି ଉଠୁ ନ ଥିବା ପ୍ରକାଶ କରିଥିଲେ। ତେବେ ଏ ସମସ୍ୟାର ତୁରନ୍ତ ସମାଧାନ କରି ଗ୍ରାମବାସୀଙ୍କୁ ଦାବି କରିଛନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories