www.samajalive.in
Sunday, December 7, 2025
23.1 C
Bhubaneswar

ବିପଦରେ ବନ୍ୟଜନ୍ତୁ; ସାଳଚୁଆ ଗାଁ ପାଖ ଜଙ୍ଗଲରୁ ବାର୍‌ହା ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବୁଧବାର ଗୋଟିଏ ବାରହାର ମୃତଦେହକୁ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଶାଳଚୁଆ ଗ୍ରାମ ନିକଟ ଜଙ୍ଗଲ ଭିତରେ ଏକ ବାରହାର ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ସକାଳେ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରୁ ବାରହାର ମୃତଦେହକୁ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। ପରେ ତାକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ବ୍ୟବଚ୍ଛେଦ ପରେ ମୃତଦେହକୁ ବିଭାଗ ପକ୍ଷରୁ ପୋତି ଦିଆଯାଇଛି। ଉଦ୍ଧାର ହୋଇଥିବା ବାରହାର ଦେହ ଚମଡାରେ ଏକ ଧନୁତୀର ବାଜିଥିବା ନେଇ ବନବିଭାଗ କହିଛି। ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଏହି ବୟସ୍କ ବାରହାଟିର ଓଜନ ପ୍ରାୟ ୭୦ କେଜି ହେବ। ସାତକୋଶିଆ ରେଞ୍ଜରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି। ତେବେ ବନାଗ୍ନି ପାଇଁ ଏବେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories