www.samajalive.in
Sunday, December 7, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ଆହତ

ଠାକୁରମୁଣ୍ଡା: ହାତୀ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅନ୍ତର୍ଗତ ନୂଆ ଦେଓ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ସରୋଜ ମହାନ୍ତ ନାମକ ଜୈନେକ ଯୁବକ ନିଜ ବୈତାଳୁ ବଗିଚା ଜଗିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହଇଥିଲେ। ୪ଟି ହାତୀ ସେ ଚାଷ କରିଥିବା ବୈତାଳୁକୁ ଖାଇ ନଷ୍ଟ କରିଦେଇଥିଲେ ।

କିଛି ଗ୍ରାମର ଯୁବକ ହାତୀ ଘଉଡେଇବା ପାଇଁ ଯାଇଥିଲେ । ତେବେ ହଠାତ୍‍ ଗୋଟିଏ ହାତୀ ତାଙ୍କ ଆଡକୁ ମାଡି ଆସିବାରି ସରୋଜ ତଳେ ପୋଡି ଯାଇଥିଲା । ଫଳରେ ହାତୀଟି ସରୋଜ ଉପରେ ଚାଲି ଯାଇଥିଲେ ବି ସରୋଜର ସେପରି କିଛି କ୍ଷତି ହଇ ନାହିଁ। କେଵଳ ହାତ ଏବଂ ଛାତିରେ ଆଘାତ ଲାଗି ସେ ଆହତ ହଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି ।

- Advertisement -

ଗତ ୪/୫ ଦିନ ହବ କରଂଜିଆ ବନଖଣ୍ଡ ଅଞ୍ଚଳରେ ୨୩ ଟିକିଆ ଝାରଖଣ୍ଡି ହାତୀ ପୋଲ ଉପଦ୍ରବ କରୁଥିବା ବେଳେ ବନବିଭାଗ ମଧ୍ୟ ସତର୍କ ଦୃଷ୍ଟି ରଖିଥିଲେ ବି ହାତୀ ମାନେ ଗୋଠ ଛଡ଼ା ହଇ ଏପରି ଆକ୍ରମଣ କରୁଥିବାରୁ ବନବିଭାଗ ମଧ୍ୟ ହାତୀ ଘଉଡେଇବା ପାଇଁ ନାକେଦୋମ ହେଲାଣି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories