www.samajalive.in
Monday, December 15, 2025
14.1 C
Bhubaneswar

ଟେଷ୍ଟ ସିରିଜ୍‌ : ଭାରତଠାରୁ ଆଗରେ ଅଷ୍ଟ୍ରେଲିଆ

ଆଡିଲେଡ୍ : ଆସନ୍ତା ୧୭ରୁ ଆଡିଲେଡ୍‌ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭହେବ। ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ଏହି ଟେଷ୍ଟ ସିରିଜ୍‌ ୪ ମ୍ୟାଚ୍‌ ବିଶିଷ୍ଟ ହେବ। ଏହି ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଆସନ୍ତୁ ଜାଣିବା ଭାରତ ଓ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ପରସ୍ପର ବିପକ୍ଷରେ କିପରି ରହିଛି।

୧୯୪୭-୪୮ରେ ପ୍ରଥମଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍ ଖେଳା ଯାଇଥିଲା। ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୨ୟ ମ୍ୟାଚ୍‌ ବର୍ଷା ଯୋଗୁଁ ଡ୍ର ରହିଥିବା ବେଳେ ଅନ୍ୟ ୪ଟିଯାକ ଟେଷ୍ଟମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସିରିଜ୍‌କୁ ୪-୦ରେ ଜିତି ନେଇଥିଲା। ସାର୍ ଡନ୍ ବ୍ରାଡ୍‌ମ୍ୟାନ୍ ଅଷ୍ଟ୍ରେଲିଆର ଏବଂ ଲାଲା ଅମରନାଥ ଭାରତର ନେତୃତ୍ବ ନେଇଥିଲେ। ୧୯୫୬ରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ପ୍ରଥମଥର ଭାରତ ଗସ୍ତରେ ଆସିଥିଲା। ଏହି ଗସ୍ତରେ ଅଷ୍ଟ୍ରେଲିଆ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା। ୧୯୫୯-୬୦ରେ ଅଷ୍ଟ୍ରେଲିଆର ଭାରତ ଗସ୍ତରେ ଭାରତୀୟ ଦଳ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟର ସ୍ବାଦ ଚାଖିଥିଲା। କାନପୁରରେ ଖେଳା ଯାଇଥିବା ୨ୟ ଟେଷ୍ଟମ୍ୟାଚ୍‌କୁ ଭାରତ ୧୧୯ ରନ୍‌ରେ ଜିତିଥିଲା।

- Advertisement -

ଏହି ସିରିଜ୍‌କୁ କିନ୍ତୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଥିଲା। ଉଭୟ ଦଳଙ୍କ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭହେବାର ୩୨ ବର୍ଷ ପରେ ୧୯୭୯ରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା ଭାରତ। ସୁନୀଲ ଗାଭାସ୍କର ନେତୃତ୍ବାଧୀନ ଭାରତ ୫ ମ୍ୟାଚ୍‌ର ​‌ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଥିଲା। ୧୯୪୭ରୁ ଅଦ୍ୟାବଧି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୨୬ଟି ଟେଷ୍ଟ ସିରିଜ୍ ଖେଳାଯାଇଛି। ଏଥିରୁ ଅ‌େ‌ଷ୍ଟ୍ରଲିଆ ୧୨ଟି ସିରିଜ୍ ଜିତିଥିବା ବେଳେ ଭାରତ ୯ଟି ଟେଷ୍ଟ ସିରିଜ୍ ଜିତିଛି। ବାକି ୫ଟି ସିରିଜ୍‌ ଡ୍ର ରହିଛି।

ଉଭୟ ଦଳଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ମାଟିରେ ମୋଟ ୧୨ଟି ​‌ଟେଷ୍ଟ ସିରିଜ୍ ଖେଳାଯାଇଛି। ଏଥିରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ରହିଛି ଏବଂ ଅଷ୍ଟ୍ରେଲିଆ ୮ଟି ଟେଷ୍ଟ ସିରିଜ୍ ଜିତିଛି। ୩ଟି ସିରିଜ୍ ଡ୍ର ରହିଥିବା ବେଳେ ଭାରତ ମାତ୍ର ଗୋଟିଏ ସିରିଜ୍ ଜିତିପାରିଛି। ୨୦୧୮-୧୯ରେ ବିରାଟ କୋହଲି ନେତୃତ୍ବାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିଥିଲା। ଅବଶ୍ୟ ଏହି ସିରିଜ୍‌ରେ ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍ ଖେଳିନଥିଲେ। ଭାରତମାଟି​‌ରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୧୪ଟି ଟେଷ୍ଟ ସିରିଜ୍ ଖେଳାଯାଇଛି। ଏଥିରେ ଭାରତର ପ୍ରାଧାନ୍ୟ ​‌ଦେଖିବାକୁ ମିଳିଛି। ଭାରତ ୮ଟି ଟେଷ୍ଟ ସିରିଜ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୪ଟି ଜିତିଛି ଏବଂ ୨ଟି ଟେଷ୍ଟ ସିରିଜ୍‌ ଡ୍ର ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୬ଟି ଟେଷ୍ଟ ସିରିଜ୍‌ରେ ମୋଟ ୯୮ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି।

ଏଥିରୁ ଅଷ୍ଟ୍ରେଲିଆ ୪୨ଟି ଟେଷ୍ଟମ୍ୟାଚ ଜିତିଥିବା ବେଳେ ଭାରତ ୨୮ଟି ଜିତିଛି। ୨୭ଟି ଟେଷ୍ଟମ୍ୟାଚ୍‌ ଡ୍ର ରହିଥିବା ବେଳେ ଗୋଟିଏ ଟେଷ୍ଟ ଟାଇ ରହିଛି। ଅ‌େ‌ଷ୍ଟ୍ରଲିଆ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୪୮ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଘରୋଇ ଅଷ୍ଟ୍ରେଲିଆ ୨୯ଟି ଟେଷ୍ଟମ୍ୟାଚ୍‌ ଜିତିଥିବା ବେଳେ ଭାରତ ୭ଟି ଟେଷ୍ଟମ୍ୟାଚ୍ ଜିତିଛି ଏବଂ ୧୨ଟି ଟେଷ୍ଟ ଡ୍ର ରହିଛି। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୫୦ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି। ଏଥିରୁ ଘରୋଇ ଭାରତ ୨୧ଟି ଜିତିଥିବା ‌ବେଳେ ଅଷ୍ଟ୍ରେଲିଆ ୧୩ଟି ଟେଷ୍ଟ ଜିତିଛି ଏବଂ ୧୫ଟି ଟେଷ୍ଟ ଡ୍ର ରହିଛି ଓ ଗୋଟିଏ ଟେଷ୍ଟ ଟାଇ ଭାବେ ଶେଷହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories