www.samajalive.in
Saturday, December 13, 2025
26.1 C
Bhubaneswar

କଳା ଓ ସଂସ୍କୃତିର ସହର ହେବ ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ହେବ ସଙ୍ଗୀତ ମାର୍ଗ

ଭୁବନେଶ୍ୱର : ରାସ୍ତାକଡ଼ରେ ଶୁଣିବାକୁ ମିଳିବ ସଙ୍ଗୀତ। ସୁଗମ ସଙ୍ଗୀତରୁ ଆରମ୍ଭ କରି ପାରମ୍ପରିକ ସଙ୍ଗୀତ। ଏହା ସହିତ କିଓସ୍କୋ ମଧ୍ୟ ରହିବ। ଏଭଳି ରବୀନ୍ଦ୍ରମଣ୍ଡପ ରାସ୍ତାରୁ ୧୨୦ ବାଟାଲିୟନ ରାସ୍ତାକୁ ସଜାଯିବ। ଆଉ ଏହାର ନାମକରଣ ହେବ ‘ସଙ୍ଗୀତ ମାର୍ଗ’। କେବଳ ଏତିକି ନୁହେଁ ପୂର୍ବରୁ ବାଳକୃଷ୍ଣ ଦାସଙ୍କ ସମେତ ନିକଟରେ ସିକନ୍ଦର ଆଲାମଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥିବାବେଳେ ଅନ୍ୟ ଲୋକପ୍ରିୟ ସଙ୍ଗୀତଜ୍ଞଙ୍କ ପ୍ରତିମୂର୍ତ୍ତି କରାଯିବ। ଭୁବନେଶ୍ୱରକୁ କଳା ଓ ସଂସ୍କୃତିର ସହର କରାଯିବ ବୋଲି ଏଠାରେ ମଙ୍ଗଳବାର ଆୟୋଜିତ ସାହିତ୍ୟ ଏକାଡେମୀ ପୁରସ୍କାର ଉତ୍ସବରେ ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସର୍ବଭାରତୀୟସ୍ତରରେ ଭୁବନେଶ୍ୱରକୁ କଳା ଓ ସଂସ୍କୃତିର ସହର ବୋଲି ବିବେଚନା କରାଯିବ। ସାଧାରଣ ଲୋକଙ୍କ ଭାବନାକୁ ବଦଳାଇଦେବ ଏହି ରୂପରେଖ। ଖୁବ୍‌ଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସେହି ମର୍ମରେ ‘ସାହିତ୍ୟ ମାର୍ଗ’ ମଧ୍ୟ କରାଯିବ। ଯେଉଁ ମାର୍ଗକୁ ସାହିତ୍ୟ ମାର୍ଗ କରାଯିବ ସେହି ରାସ୍ତାର ଉଭୟ ପାର୍ଶ୍ବରେ ବହି ଦୋକାନ ରହିବ। ଏମିତିକି ଲାଇବ୍ରେରି ମଧ୍ୟ କରାଯିବ। ଲୋକମାନେ ବହି ପଢ଼ିବା ସହିତ ସାଧାରଣ ଲୋକ ଏ ସମ୍ପର୍କରେ ଅବଗତ ହୋଇପାରିବେ।

- Advertisement -

ଏହାଛଡ଼ା ଅଧିକ ଜାଣିବା ପାଇଁ ପାର୍ଶ୍ବରେ କିଓସ୍କୋ କରାଯିବ। ଏହାଦ୍ୱାରା ଅନେକ କିଓସ୍କୋରୁ ସାହିତ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ସେହିପରି ‘ସଂସ୍କୃତି ମାର୍ଗ’ ନାମରେ ମଧ୍ୟ ଏକ ରାସ୍ତାକୁ ନାମକରଣ କରାଯିବ। ସଙ୍ଗୀତ ମାର୍ଗ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବା ନେଇ ଯୋଜନା ରହିଥିବାବେଳେ ଉଭୟ ସାହିତ୍ୟ ଓ ସଂସ୍କୃତି ମାର୍ଗ ପାଇଁ ପ୍ରସ୍ତାବ ଦିଆଯାଇଛି। ସରକାର ସବୁଜ ସଂକେତ ଦେଲେ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହେବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories