BJD Bijuli 480×75 Mob

ଜାତିସଂଘର ତାଲିକାରେ ଦାଉଦ- ହାଫିଜଙ୍କ ସମେତ ୧୩୯ ପାକିସ୍ତାନୀ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଜାତିସଂଘର ସୁରକ୍ଷା ପରିଷଦ ଦ୍ୱାରା ଜାରି ଆତଙ୍କବାଦୀ ସୂଚୀରେ ସ୍ଥାନୀତ ନାମ ତାଲିକାରେ ୧୩୯ଜଣ ପାକିସ୍ତାନୀ ଆତଙ୍କବାଦୀ ସ୍ଥାନ ପାଇଛି। ମଙ୍ଗଳବାର ଜାତିସଂଘ ଦ୍ୱାରା ଜାରି ହୋଇଥିବା ନୂଆ ତାଲିକାରେ ପାକିସ୍ତାନର ଦାଉଦ ଇବ୍ରାହିମଠାରୁ ଆରମ୍ଭ କରି ହାଫିଜ ସୟିଦଙ୍କୁ ସ୍ଥାନିତ ରହିଛି। ଜାତିସଂଘର ତାଲିକାରେ ସେହି ବ୍ୟକ୍ତିଙ୍କୁ ସ୍ଥାନିତ କରାଯାଇଛି ଯେଉଁମାନେ ଅଲକାଏଦା, ଲସ୍କର-ଇ-ତୋଇବା ପରି ଆତଙ୍କବାଦୀ ସଂଗଠନରେ ପ୍ରମୁଖ ଦାୟିତ୍ୱରେ ରହିଛନ୍ତି। ତାଲିକାରେ ପ୍ରଥମ ନାମ ଅଲ-ଜବାହାରୀଙ୍କ ନାମ ରହିଛି। ଏହି ବ୍ୟକ୍ତି ଓସାମା ବିନ୍‌ ଲାଦେନଙ୍କ ମୃତ୍ୟୁ  ପରେ ସଂଗଠନର ଦାୟିତ୍ୱ ନେଇଛି। ଜାତିସଂଘର ରିପୋର୍ଟ ଅନୁଯାୟୀ ଏହି କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନ- ଆଫଗାନିସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ଏବେ ମଧ୍ୟ ଲୁଚି ରହିଛି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରାମଜୀ ମହମ୍ମଦ ବିନ୍‌ ଅଲ ଶିବାହଙ୍କ ନାମ ରହିଛି। ଶିବାହ ଜଣେ ୟେମେନ୍‌ ନାଗରିକ। ଶିବାହଙ୍କୁ କରାଚୀରେ ଗିରଫ କରାଯାଇ ଆମେରିକାକୁ ହସ୍ତାନ୍ତର କରାଯାଇ ଥିଲା। ସେହିପରି ୧୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କ ନାମ ତାଲିକାରେ ସ୍ଥାନିତ ହୋଇଛି ଯେଉଁମାନଙ୍କୁ ପାକିସ୍ତାନରୁ ଗିରଫ କରାଯାଇ ଆମେରିକାକୁ ହସ୍ତାନ୍ତର କରାଯାଇ ଥିଲା। ସେମାନଙ୍କ ପାଖରୁ ପାକ୍‌ ପାସପୋର୍ଟ ଜବତ କରିଛି ଆମେରିକା। ସେହିପରି ତାଲିକାରେ ସ୍ଥାନିତ ଶତାଧିକ ଆତଙ୍କବାଦୀ ଏବେ ମଧ୍ୟ ପାକିସ୍ତାନରେ ଲୁଚି ରହିଥିବା ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରିଛି। ସେହିପରି ଏହି ତାଲିକାରେ ଦାଉଦ ଇବ୍ରାହିମ କାସ୍କରଙ୍କ ନାମ ମଧ୍ୟ ରହିଛି। ଦାଉଦ ଭାରତୀୟ ନାଗରିକ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ପାକିସ୍ତାନରେ ଆତ୍ମଗୋପନ କରିଥିବା ଜାତିସଂଘ ତା’ର ରିପୋର୍ଟରେ ଉଲ୍ଲେଖ କରିଛି। କରାଚୀର ନୂରାବାଦର ଏକ ବିଶାଳ ଘରେ ଦାଉଦ ରହୁଥିବା ଜାତିସଂଘ ରିପୋର୍ଟରେ ଦର୍ଶାଇଛି। ହାଫିଜ ମହମ୍ମଦ ସୟିଦଙ୍କ ନାମ ମଧ୍ୟ ତାଲିକାରେ ରହିଛି। ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ଗତିବିଧିରେ ସୟିଦଙ୍କ ପ୍ରତ୍ୟକ୍ଷତା ରହିଛି ବୋଲି ଜାତିସଂଘ ତା’ର ରିପୋର୍ଟରେ ଦର୍ଶାଇଛି। ଏହି ବ୍ୟକ୍ତିଙ୍କ ନାମରେ ଇଣ୍ଟରପୋଲ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ କରାଯାଇଛି। ସେହିପରି ଲସ୍କର ସଂଗଠନର ହାଜି ମହମ୍ମଦ ୟାହୟା ମୁଜାହିଦ୍‌, ହାଫିଜର ସହଯୋଗୀ ଅବଦୁଲ ସଲାମ ଓ ଜଫର ଇକବାଲଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନିତ ହୋଇଛି। ହାଫିଜଙ୍କ ପରି ଏମାନେ ମଧ୍ୟ ଇଣ୍ଟୋରପୋଲର ୱାଣ୍ଟେଡ଼ ତାଲିକାରେ ରହିଛନ୍ତି। ଏହା ବ୍ୟତୀତ ପାକିସ୍ତାନର ଏକାଧିକ ସଂଗଠନର ନାମକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଭାବରେ ଜାତିସଂଘ ତା’ର ତାଲିକାରେ ଉଲ୍ଲେଖ କରିଛି। ସେଗୁଡ଼ିକ ମଧ୍ୟରୁ ଅଲ ରସିଦ ଟ୍ରଷ୍ଟ, ହରକତୁଲ ମୁଜାହିନ୍ଦୀନ୍‌, ଉଜବେକିସ୍ଥାନର ଇସଲାମିକ ଆନ୍ଦୋଲନ, ବଫା ମାନବୀୟ ସଂଗଠନ, ଜେସ ଏ ମହମ୍ମଦ୍‌, ରବିତା ଟ୍ରଷ୍ଟ, ଓମା- ତାମିର ଆଇ ଇସଲାମିକ୍‌ ବିରାସତ ସୋସାଇଟି, ଲସ୍କର ଏ ଝାଙ୍ଗବି, ଅଲ ହାର୍ମନ ଫାଉଣ୍ଡେସନ୍‌, ଇସଲାମିକ ଜିହାଦ ସମୁହ, ଅଲ ଅଖତର ଟ୍ରଷ୍ଟ ଇଣ୍ଟେନ୍ୟାସନାଲ, ହରକତୁଲ ଜିହାଦ ଇସଲାମି ପରି ପାକ୍‌ ସଂଗଠନକୁ ଜାତିସଂଘ ସୂଚୀଭୁକ୍ତ କରିଛି।

Leave A Reply