www.samajalive.in
Sunday, December 14, 2025
26.1 C
Bhubaneswar

ସେନା ଶିବିରରେ ଆକ୍ରମଣ, ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ ଓ କାଶ୍ମୀର ଶୋପିୟାଁ ଜିଲାରେ ଥିବା ଏକ ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ରାତି ପ୍ରାୟ ୮ଟାରେ ଏହି ଆକ୍ରମଣ ହୋଇଥିଲା। ତେବେ ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତକ ନାମ ଶାହିଦ ଅହମ୍ମଦ। ସେ ଜାମନଗର ଅଞ୍ଚଳରେ ରହୁଥିଲା। ଅନ୍ୟ ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ସନ୍ଧାନୀ କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଚଳିତବର୍ଷ ଜମ୍ମୁ ଓ କାଶ୍ମୀରରେ ସେନା ଓ ଅର୍ଦ୍ଧ ସାମରିକ ବଳ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତ ମାସରେ ଜମ୍ମୁର ସୁଞ୍ଜୱା ଆର୍ମି ଶିବିର, ଶ୍ରୀନଗରରେ ସିଆରପିଏଫ କ୍ୟାମ୍ପ ଓ କୁପୱାଡାର ଅବନ୍ତୀପୁର ସିଆରପିଏଫ୍‌ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories