www.samajalive.in
Friday, December 5, 2025
20.1 C
Bhubaneswar

ପୂଜାସ୍ଥଳରେ ଏହି ମୂର୍ତ୍ତି ରଖିବା ଅନୁଚିତ

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବାସ୍ତୁଦୋଷ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି ବାସ୍ତୁଦୋଷ ଘରର ମୁଖ୍ୟଦ୍ବାର ଠାରୁ ଆରମ୍ଭ କରି ପୂଜା ସ୍ଥଳ ପର୍ଯ୍ୟନ୍ତ ରହିଥାଏ। ବାସ୍ତୁ ଦୋଷ ପ୍ରଭାବରେ ପରିବାର ସଦସ୍ୟଙ୍କର ଅଶୁଭ ହୋଇଥାଏ। ସମସ୍ତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। ଘର ମନ୍ଦିରର ସ୍ଥାନ, ଦିଗ ଓ କିଛି ମୂର୍ତ୍ତି ନିରୂପଣ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମନ୍ଦିରରେ କିଛି ମୂର୍ତ୍ତି ରଖିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ସେହି ମୂର୍ତ୍ତିଗୁଡିକ କ’ଣ ..

ରାହୁ-କେତୁ ମୂର୍ତ୍ତି :

- Advertisement -

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, ଘରେ କିମ୍ବା ଘରର ମନ୍ଦିରରେ ରାହୁ-କେତୁଙ୍କ ମୂର୍ତ୍ତି ରଖିବା ଅନୁଚିତ। ତାଙ୍କର ପୂଜା କରିବା ଦ୍ବାରା ଜୀବନରେ ଅନେକ କଷ୍ଟ ଦୂର ହୋଇଥାଏ। କିନ୍ତୁ ଘରର ମନ୍ଦିରରେ ତାଙ୍କର ମୂର୍ତ୍ତି ରଖିବା ଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ସେଥିପାଇଁ ରାହୁ-କେତୁଙ୍କ ମୂର୍ତ୍ତିକୁ ଘର ନ ରଖି ଯେକୌଣସି ମନ୍ଦିରରେ ଥିଲେ ପୂଜା କରିବା ଉଚିତ।

ନଟରାଜ ମୂର୍ତ୍ତି :

ବାସ୍ତୁଶାସ୍ତ୍ରରେ ନଟରାଜଙ୍କ ମୂର୍ତ୍ତି ରଖିବାକୁ ବାରଣ କରାଯାଇଛି। ନଟରାଜ ମୂର୍ତ୍ତି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଲାଗିଥାଏ। ସେ ଶିବଙ୍କର ରୁଦ୍ର ଅବତାର ଅଟନ୍ତି। ଏହା ମହାଦେବଙ୍କ କ୍ରୋଧିତ ରୂପ ଅଟେ। ତେଣୁ ଏହି ମୂର୍ତ୍ତିକୁ ଘରେ କେବେ ଘରେ ରଖନ୍ତୁ ନାହିଁ।

ଶନିଦେବଙ୍କ ମୂର୍ତ୍ତି :

ଶନିଦେବଙ୍କ ମୂର୍ତ୍ତି ଘରେ ରଖିବା ଅନୁଚିତ। ଶନିଦେବଙ୍କ ପୂଜା ଯେକୌଣସି ମନ୍ଦିରରେ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଘରେ ଶନିଦେବଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ନାହିଁ।

ଭୈରବଙ୍କ ମୂର୍ତ୍ତି :

ଭଗବାନ ଶିବଙ୍କର ଅନ୍ୟ ଏକ ଅବତାର ଭୈରବ ଅଟନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଭୈରବଙ୍କ ମୂର୍ତ୍ତି ଘରେ ରଖିବା ଅନୁଚିତ। ଏହି ମୂର୍ତ୍ତି ଘରେ ରଖିବା ଦ୍ବାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ଭୈରବ ତନ୍ତ୍ରବିଦ୍ୟାର ଦେବତା ଅଟନ୍ତି। ତେଣୁ ତାଙ୍କୁ ଘରେ ରଖିବା ଅଶୁଭ ହୋଇଥାଏ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories