www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଲୁଟେରାଙ୍କୁ କାବୁ କରି ପୁଲିସ ଜିମା ଦେଲେ ଲୋକେ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ବଜାର ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍‍ ଉଦ୍ୟମ କରୁଥିବା ଦୁଇଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସର ଜିମା ଦେଇଥିଲେ । ପୁଲିସ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ସହ ଗୋଟିଏ ବାଇକ୍‍କୁ ଜବତ କରିଛି । ଉଭୟଙ୍କୁ ପିପିଲି ଥାନାରେ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନାଯୋଗ୍ୟ ଯେ, ପିପିଲିର ସାପ୍ତାହିକ ହାଟକୁ ବ୍ୟବସାୟ କରିବାକୁ ଆସୁଥିବା ସତ୍ୟବାଦୀ ଅଞ୍ଚଳର ଶଶୀକାନ୍ତ ମହାପାତ୍ରଙ୍କୁ ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ସାତଶଙ୍ଖ ନିକଟ ସିରିଆପୁର ଛକ ଠାରେ ଭୋର୍‍ ୬ଟା ସମୟରେ ଅଟକାଇଥିଲେ । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିସ୍ତୁକ ମାଡ ମାରି ତାଙ୍କ ଠାରୁ ଟଙ୍କା ଲୁଟ୍‍ କରିବାକୁ ଉଦ୍ୟମ କରିଥିଲେ । ଶଶୀକାନ୍ତଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବା ସହ ଉଭୟ ଲୁଟେରାଙ୍କୁ କାବୁ କରି ମାଡ ମାରିଥିଲେ। ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ସେଠାରେ ପହଞ୍ଚି ଦୁଇ ଲୁଟେରାଙ୍କୁ ପିପିଲି ଥାନାକୁ ଆଣିଥିଲେ । ଉଭୟଙ୍କ ଘର ପୁରୀ ଅଞ୍ଚଳରେ ହୋଇଥିବା ବେଳେ ପୁଲିସ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ମନିପର୍ସ ଓ ବାଇକ୍‍ ଜବତ କରିଛି । ସେମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ଏହାସହ କେଉଁ କେଉଁ ମାମଲାରେ ସେମାନେ ସଂପୃକ୍ତ ଅଛନ୍ତି ସେନେଇ ବିଭିନ୍ନ ଥାନା ସହ ପୁଲିସ ଯୋଗାଯୋଗ କରୁଥିବା ସୂଚନା ମିଳିଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories