www.samajalive.in
Monday, December 15, 2025
15.1 C
Bhubaneswar

ବିଶ୍ବର କେଉଁ ସ୍ଥାନରେ ତାପମାତ୍ରା ରହିଛି ୭୦ ଡିଗ୍ରୀ

ଏଭଳି ଅନେକ ସ୍ଥାନ ଅଛି, ଯେଉଁଠାରେ ଗରମଦିନେ ତାପମାତ୍ରା ୭୦ ଡିଗ୍ରୀ ଛୁଇଁଥାଏ। ଜନବସତି ଏ ସ୍ଥାନରେ ଏକରକମ ଅସମ୍ଭବ। ଏହି ସ୍ଥାନ ସମୂହର ବିସ୍ତୃତ ବିବରଣୀ ଏକ ବିଦେଶୀ ପତ୍ରିକାରେ ପ୍ରକାଶିତ ହୋଇଥିଲା।
ତନ୍ମଧ୍ୟରୁ ଅନ୍ୟତମ ହେଉଛି:

ଦଶତ୍-ଏ-ଲୁଟ୍, ଇରାନ୍: ଏହି ମରୁଭୂମିଟି ବିଶ୍ବର ଉତ୍ତପ୍ତତମ ସ୍ଥାନ ଭାବେ ଜଣାଯାଏ। ସ୍ୟାଟେଲାଇଟ୍ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ୨୦୦୩-୨୦୦୯ ମଧ୍ୟରେ ଗ୍ରୀଷ୍ମକାଳରେ ଏଠାର ତାପମାତ୍ରା ୭୦ଡିଗ୍ରୀ ପାର ହୋଇଥିଲା। ବିଶ୍ବରେ ସବୁଠୁ ଶୁଷ୍କ ସ୍ଥାନ ଭାବେ ପରିଚିତ ଏ ଅଞ୍ଚଳରେ କୌଣସି ପ୍ରାଣୀ ଦେଖାଯାନ୍ତିନାହିଁ।

- Advertisement -

ଡେଥ୍ ଭ୍ୟାଲି: ଆମେରିକାର କ୍ୟାଲିଫର୍ଣ୍ଣିଆସ୍ଥିତ ଡେଥ୍ ଭ୍ୟାଲିର ତାପମାତ୍ରା ୧୯୩୧ରେ ୬୦ ଡିଗ୍ରୀ ହୋଇଥିଲା। ସାଧାରଣ ଭାବେ ଏଠାର ତାପମାତ୍ରା ୪୮ଡିଗ୍ରୀ ଥିବାବେଳେ ଗ୍ରୀଷ୍ମରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। କାହିଁ କେଉଁକାଳରୁ ଏ ଅଞ୍ଚଳଟି ଜନଶୂନ୍ୟ ହୋଇପଡ଼ିଛି।

ଅଜିଜିୟାହ, ଲିବିୟା: ଲିବିୟାର ରାଜଧାନୀ ତ୍ରିପୋଲିଠାରୁ ୨୫ କିମି ଦୂରରେ ରହିଛି ଅଜିଜିୟାହ। ୧୯୨୨ବେଳକୁ ଏଠାକାର ତାପମାତ୍ରା ୫୮ଡିଗ୍ରୀ ଥିଲା। ପରେପରେ ଏଠାରେ ତାପମାତ୍ରା ଦିନକୁଦିନ ବଢ଼ିବାରେ ଲାଗିଛି।

ବଦି ହାଲ୍ଫା, ସୁଦାନ୍: ଗତ ୨-୩ ବର୍ଷ ହେଲାଣି, ଏଠାରେ ବର୍ଷା ହୋଇନାହିଁ। ୧୯୬୭ ପରଠାରୁ ଏହି ଅଞ୍ଚଳର ତାପମାତ୍ରା ବଢ଼ିବାରେ ଲାଗିଛି। ୨୦୧୬ରେ ବଦି ହାଲ୍ଫାରେ ତାପମାତ୍ରା ୬୬ଡିଗ୍ରୀ ଅତିକ୍ରମ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories