www.samajalive.in
Monday, December 15, 2025
17.1 C
Bhubaneswar

ହିଟୱେଭ ନେଇ ୬ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏବେ ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ଏହାସହିତ ଦିନ ଓ ରାତି ତାପମାତ୍ରା ମଧ୍ୟ ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରୀଣ, ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୬ ତାରିଖ ଯାଏଁ ତାତି ଅସ୍ତବ୍ୟସ୍ତ କରିବ। ସକାଳ ୯ଟାରୁ ଖରା ଅତି ପ୍ରଖର ହେଉଛି। ଅନ୍ୟପକ୍ଷରେ କେବଳ ଦିନରେ ଯେ ଝାଞ୍ଜି ପ୍ରବାହିତ ହେଉଛି ତାହା ନୁହେଁ, ରାତିରେ ମଧ୍ୟ ଉଷ୍ମତା ବଢ଼ିବ। ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ରାତି ଉଷ୍ମତା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ୱେଲୋ ସତର୍କତା ଜାରି କରିଛି।

ଗୁରୁବାର ହିଟୱେଭ ନେଇ ୬ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ ତାରିଖ ଯାଏଁ ୬ ଜିଲା ପାଇଁ ପାଣିପାଗ ବିଭାଗର ୱେଲୋ ୱାର୍ଣ୍ଣିଂ କରାଯାଇଛି। ବଲାଙ୍ଗିର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ରାତି ତାପମାତ୍ରା ବୃଦ୍ଧି ନେଇ ବଲାଙ୍ଗିର, କନ୍ଧମାଳ, ଭଦ୍ରକ ଓ ବୌଦ୍ଧ ଜିଲାକୁ ୪ ଜିଲାକୁ ୱେଲୋ ୱାର୍ଣ୍ଣିଂ କରାଯାଇଛି।

- Advertisement -

ଗ୍ରୀଷ୍ଣ ପ୍ରବାହ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏଁ ପ୍ରବଳଖରା ଅନୁଭୂତ ହେବ। ତେଣୁ ବାହାରେ ଏକାଧିକ ବ୍ୟକ୍ତି ଏକତ୍ର ନ ହେବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି ରକରିଛି। ଏପରିକି ନିର୍ବାଚନୀ ଶୋଭାଯାତ୍ରା ସାଙ୍ଗକୁ ବୈଠକରେ ଏକତ୍ରିତ ହେବା ଉପରେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି। ୬ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ହିଟ ୱେଭ ଜାରି ହୋଇଛି। ଛୋଟପିଲା, ରୋଗୀ, ବୟସ୍କ ଓ ଗର୍ଭବାତୀଙ୍କୁ ଖରାକୁ ବାରଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories