ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଏବେ ତାଙ୍କ ବଙ୍ଗଳାକୁ ନେଇ ଚର୍ଚ୍ଚାରେ। ଇଶା ତାଙ୍କର ଏକ ଘର ପ୍ରାୟ ୪୯୪ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଆମେରିକା ଲସ୍ ଆଞ୍ଜେଲ୍ସସ୍ଥିତ ବେଭର୍ଲି ହିଲ୍ସରେ ଥିବା ଏହି ଘରକୁ ଲୋକପ୍ରିୟ ହଲିଉଡ଼ ଦମ୍ପତି ଜେନିଫର ଲୋପେଜ୍ ଓ ବେନ୍ ଆଫ୍ଲେକ୍ କିଣିଛନ୍ତି। ଏହି ଭବ୍ୟ ବଙ୍ଗଳାରେ ଏକାଧିକ ସୁବିଧା ଉପଲବ୍ଧ। ଏଥିରେ ଜିମ୍, ସ୍ପା, ସେଲୁନ୍ ଏବଂ ଏକ ଇନଡୋର ବ୍ୟାଡମିଣ୍ଟନ୍ କୋର୍ଟ ଆଦି ରହିଛି। ଏହା ୩୮,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଆଖି ଲାଖିଲା ପରି ଏହି ଘରେ ୧୨ଟି ବେଡ୍ରୁମ୍ ଏବଂ ୨୪ଟି ବାଥରୁମ୍ ଅଛି।
ସୂଚନା ମୁତାବକ, ଇଶା ଗର୍ଭବତୀ ଥିବା ସମୟରେ ଏହି ଘରେ ଅନେକ ସମୟ ବିତାଇଛନ୍ତି। ଇଶାଙ୍କ ସହ ତାଙ୍କ ମାଆ ନୀତା ଅମ୍ବାନୀ ମଧ୍ୟ ଏଠାରେ ଅନେକ ଦିନ ରହିଛନ୍ତି।



