www.samajalive.in
Tuesday, December 9, 2025
16.1 C
Bhubaneswar

ପୋଲରୁ ଖସିପଡିଲେ ବାଇକ୍‌ ଆରୋହୀ – ମୃତ୍ୟୁ ହୋଇଥିବା ସୂଚନା

ତେଲକୋଇ – ତେଲକୋଇ ଥାନା ଅନ୍ତର୍ଗତ କଣ୍ଟାବାହାଳ ସ୍ଥିତ ୪୯ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲା ରାଉରକେଲା କୋତ୍ରା ଅଞ୍ଚଳର ଶୁଭମ୍ ବିଶ୍ରା (୨୫) ।

ସୂଚନା ଅନୁଯାୟୀ , ଶୁଭମ୍ କେନ୍ଦୁଝର ସ୍ଥିତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ବେଳେ ସୋମବାର (ଓଡ଼ି ୨୩କେ ୬୨୦୦) ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଘରୁ କେନ୍ଦୁଝର ଅଭିମୁଖେ ଆସୁଥିଲେ । କଣ୍ଟାବାହାଳ ନିକଟସ୍ଥ ପୋଲରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହାୟତାରେ ଶୁଭମ୍ ଙ୍କୁ ପୋଲ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ମୃତ ଶୁଭମ୍ ଙ୍କ ପରିବାର କୁ ପୋଲିସ ଖବର ଦେଇଥିବା ଜଣା ପଡିଛି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories