ବର୍ଷା ସାଙ୍ଗକୁ କୁଆପଥର ମାଡ, ଭିଜିଲା ଶହ ଶହ ଧାନ ବସ୍ତା
ତେଲକୋଇ: ତେଲକୋଇ ବ୍ଲକରେ ଶୁକ୍ରବାର ଦିନ ଦିନସାରା ପାଗ ମେଘୁଆ ରହିଥିବା ବେଳେ ଦିନ ସାରା ବର୍ଷା ଲାଗି ରହିଥିଲା। କିଛି ସ୍ଥାନରେ ପ୍ରବଳ କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଛି। ସାରା ବ୍ଲକରେ ଦିନତମାମ ମେଘୁଆ ପାଗ ଲାଗିରହିଥିବା ବେଳେ ବିମଳା ଅଞ୍ଚଳରେ ଅପରାହ୍ଣରେ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ ହୋଇଛି। ଅଦିନିଆ ବର୍ଷାରେ ଧାନ ବିକ୍ରି କରିବା ପାଇଁ ସମବାୟ ସମିତି ସାମ୍ନାରେ ରଖାଯାଇଥିବା ଚାଷୀଙ୍କ ଶହ ଶହ ବସ୍ତା ଧାନ ଭିଜିଯାଇଛି। ସେହିପରି କୁଆପଥର ମାଡରେ ପରିବା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।
Comments are closed.