www.samajalive.in
Sunday, December 7, 2025
23.1 C
Bhubaneswar

ବି.ଜେ.ପି କର୍ମୀଙ୍କ  ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ; ପ୍ରେସ କ୍ଲବ ପକ୍ଷରୁ ନିନ୍ଦା           

ତେଲକୋଇ  : ତେଲକୋଇ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧୁବାର କୋଭିଡ ଟୀକାକରଣ କେନ୍ଦ୍ରରେ ଜଣେ ବିଜେପି ଉପସଭାପତିଙ୍କ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଯୋଗୁଁ ତେଲକୋଇ ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ସୂଚନାନୁଯାୟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଟୀକାକରଣ କେନ୍ଦ୍ରରେ ସର୍ବସାଧାରଣ ରେ ୨୦ନଂ ମଣ୍ଡଳର ବିଜେପି  ଉପସଭାପତି ସତ୍ୟପ୍ରିୟ ବିଶୋଇ ସାମ୍ବାଦିକ ମାନଙ୍କୁ ଅଶାଳୀନ ଗାଳି ଗୁଲଜ କରୁଥିବା ବେଳେ ଜଣେ ସାମ୍ବାଦିକ ଙ୍କ ସହ ଯୁକ୍ତି ତର୍କ ମଧ୍ୟ ହୋଇଥିଲା। ଏଭଳି ଆଚରଣକୁ ନେଇ ତେଲକୋଇ ପ୍ରେସ କ୍ଲବ ପକ୍ଷରୁ ତେଲକୋଇ ଡାକ ବଙ୍ଗଳା ଠାରେ ବୈଠକ ବସିଥିଲା ଏବଂ ତାଙ୍କୁ ତୀବ୍ର ନିନ୍ଦା କରାଯିବା ସହ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଜିଲ୍ଲା ସଭାପତି ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିଥିଲେ। ତାଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ତେଲକୋଇ ପ୍ରେସକ୍ଲବ ପକ୍ଷରୁ ବିଜେପିର କୋୖଣସି ଖବର ପ୍ରସାରଣ ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯୁବ ସଭାପତି ଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେସ କ୍ଲବ ଦାବୀ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories