www.samajalive.in
Saturday, December 6, 2025
15.1 C
Bhubaneswar

ଚାଷୀଙ୍କୁ ଦଳିଦେଲା ଦନ୍ତା: ବିଷ ପିଇଲେ ସ୍ତ୍ରୀ

ତେଲକୋଇ: କାଳ ସାଜିଲା ହାତୀ ଘଉଡାଇବା। ଫସଲ ରକ୍ଷା କରିବା ଲାଗି ଘଉଡାଉଥିଲେ , ଦଳି ଦେଲା ହାତୀ। ସେପଟେ ସ୍ଵାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇଦେଲେ ପତ୍ନୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଭୂଇଁୟା ଜୁଆଙ୍ଗ ପୀଢ ଫରେଷ୍ଟ ରେଞ୍ଜ ଅଞ୍ଚଳରେ। ମୃତକ ଗୋବିନ୍ଦପୁର ଗାଁର ଚାଷୀ ଦେବାଦୀ ବାରିକ ବୋଲି ଜଣାପଡିଛି। ଗତକାଲି ହାତୀପଲ ଗୋବିନ୍ଦପୁର ଗାଁରେ ଫସଲ ନଷ୍ଟ କରୁଥିଲେ। ଏତିକିବେଳେ ଗ୍ରାମବାସୀମାନେ ହାତୀ ମାନଙ୍କୁ ଘଉଡାଇଥିଲେ। ଏହି ସମୟରେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ଦେବାଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ସ୍ଵାମୀଙ୍କ ମୃତ୍ୟୁ ଖବର ପାଇ ଦେବାଦିଙ୍କ ପତ୍ନୀ ରୁକ୍ଣଣୀ ବାରିକ୍ ବିଷ ପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories